fbpx

ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା, ଜୁଲାଇ ୫ରେ ବସିବ ତଦାରଖ କମିଟି ବୈଠକ

Advertisement

ପୁରୀ: ଆସନ୍ତା ଜୁଲାଇ ୮ରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି ମଣତି କାମ । ଜୁଲାଇ ୮ରୁ ୨୭ ତାରିଖ, ୨୦ ଦିନ, ଯାଏଁ ଚାଲିବ ରତ୍ନଭଣ୍ଡାର ଗଣତି ମଣତି ଓ ଯାଞ୍ଚ କାମ । ସେହିପରି ଜୁଲାଇ ୫ ତାରିଖରେ ତଦାରଖ କମିଟି ବୈଠକ ଅନୁଷ୍ଠିତ ହେବ ।

ସୂଚନାରୁ ପ୍ରକାଶ ଆସନ୍ତା ୪ ତାରିଖରେ ଓଡ଼ିଶା ଆସୁଛନ୍ତି ଜଷ୍ଟିସ୍ ଅରିଜିତ୍ ପଶାୟତ । ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଯାଞ୍ଚ, ମରାମତି ଓ ଗଣନା କାର୍ଯ୍ୟ କରିବାକୁ ନିର୍ବାଚନୀ ପ୍ରତିଶୃତି ଦେଇଥିଲା । ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରିଦ୍ୱାର ଖୋଲିବା ସହ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା କରି ବିଜେପି ନିଜର ପ୍ରତିଶୃତିକୁ ପାଳନ କରିଛି । ଏବେ ଯାଞ୍ଚ କମିଟିର ପରାମର୍ଶ ଆଧାରରେ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.