କ୍ୟାବିନେଟରେ ଉପସ୍ଥାପନ ହେବ ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ରିପୋର୍ଟ, ମେ ୧୫ରେ ଆସନ୍ତା ଶୁଣାଣି

ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ହଜିବା ନେଇ କମିଶନଙ୍କ ରିପୋର୍ଟ ପ୍ରସଙ୍ଗ । ରାଜ୍ୟ କ୍ୟାବିନେଟରେ ଉପସ୍ଥାପନ କରାଯିବ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ।

ହାଇକୋର୍ଟଙ୍କ ଏ ନେଇ ଅବଗତ କରାଇଲେ ଆଡଭୋକେଟ୍ ଜେନେରାଲ । ଏନେଇ ପରବର୍ତ୍ତୀ ଶୁଣାଣି ମେ ୧୫ ତାରିଖରେ କରାଯିବ ।

ସ୍ୱତନ୍ତ୍ର କମିଶନ ଦ୍ୱାରା ରତ୍ନଭଣ୍ଡାର ଚାବି ହଜିବା ନେଇ ପ୍ରଥମେ ତଦନ୍ତ ଓ ପରେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ।

ସରକାର ରିପୋର୍ଟକୁ ସାର୍ବଜନିତ କରିବା ପାଇଁ ପ୍ରାରମ୍ଭିକ ଅବସ୍ଥାରେ କହୁଥିବାବେଳେ ପରବର୍ତ୍ତୀ ସମୟରେ ମତ ବଦଳାଇ ରିପୋର୍ଟକୁ ସାର୍ବଜନିନ କରିବେ ନାହିଁ ବୋଲି କହିଥିଲେ ।