fbpx

ଟି-୨୦ ଫର୍ମାଟରେ ଏହି ବଡ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତାବ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: କ୍ରିକେଟର ସବୁଠୁ ଛୋଟ ଫର୍ମାଟ ଟି-୨୦ରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଚାହୁୁଁଛନ୍ତି ଟିମ ଇଣ୍ଡିଆର ପୂର୍ବତନ ହେଡ କୋଚ ରବି ଶାସ୍ତ୍ରୀ । ଏଥିରେ କେବଳ ବିଶ୍ୱକପ ହିଁ ଖେଳାଯିବା ଉଚିତ । ଅନ୍ତରାଷ୍ଟ୍ରୀୟ ଦ୍ୱିପାକ୍ଷିକ ସିରିଜ ଉପରେ ରୋକ ଲଗାଇବା ଆବଶ୍ୟକ ବୋଲି କହିଛନ୍ତି ଶାସ୍ତ୍ରୀ ।

ଟି-୨୦ କ୍ରିକେଟ ପୁଟବଲ ଭଳି ହେବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି । ଏହାଦ୍ୱାରା କେବଳ ଟି-୨୦ ବିଶ୍ୱକପ ହିଁ ଖେଳାଯାଇ ପାରିବ । ଟୁର୍ଣ୍ଣାମେଣ୍ଟ ସମୟରେ କେବଳ ବିଶ୍ୱକପରେ ବିଜୟ ହାସଲ କରିବାର ସମୟକୁ ହିଁ ମନେ ରଖିଥାନ୍ତି । ଏହାବ୍ୟତୀତ ଦଳ କେତେ ଦ୍ୱିପାକ୍ଷିକ ସିରିଜ ନିଜର କରିଛି ତାହା ନୁହେଁ । ତେବେ ସାରା ଦୁନିଆରେ ଏବେ ଫ୍ରାଞ୍ଚାଇଜି କ୍ରିକେଟ ଖେଳାଯାଉଛି । ପ୍ରତ୍ୟେକ ଦେଶକୁ ଫ୍ରାଞ୍ଚାଇଜି କ୍ରିକେଟ ଖେଳାଯିବାର ଅନୁମତି ମିଳିଛି । ଏହା ସହିତ ୨ ବର୍ଷରେ ତରେ ଏକ ବିଶ୍ୱକପ ମଧ୍ୟ ଖେଳିବେ ସମସ୍ତ ଦଳ ।

ତେଣୁ ଏସବୁକୁ ଦୃଷ୍ଟିରେ ରଖି ଶାସ୍ତ୍ରୀ ଦ୍ୱିପାକ୍ଷିକ ସିରିଜ ବନ୍ଦ କରିବାକୁ ପରାମର୍ଶ ଦେଉଛନ୍ତି । ପ୍ରତ୍ୟେକ ଦେଶ ମଧରେ ଫ୍ରାଞ୍ଚାଇଜି କ୍ରିକେଟ ଏବଂ ୨ ବର୍ଷକୁ ବିଶ୍ୱକପ ଖେଳାଯିବା ଉଚିତ ବୋଲି ଶାସ୍ତ୍ରୀ କହିଛନ୍ତି । ତେବେ କ୍ରିକେଟକୁ ନେଇ ଲୋକଙ୍କ ମନରେ ଥିବା ଉତ୍ସାହକୁ ନଜରରେ ରଖି ଏମିତି କରିବା ପାଇଁ କହିଛନ୍ତି ଭାରତୀୟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ।

Get real time updates directly on you device, subscribe now.