fbpx

Dussehra 2024: କୁଣ୍ଡଳୀରେ ଏହି ଗ୍ରହ ରହିଥିବା କାରଣରୁ ଘଟିଥିଲା ରାବଣର ପରାଜୟ ଆଉ ଅଧର୍ମ ଉପରେ ବିଜୟ ପ୍ରାପ୍ତ କରିଥିଲେ ପ୍ରଭୁ ଶ୍ରୀରାମ

ନୂଆଦିଲ୍ଲୀ: ସନାତନ ଧର୍ମରେ ବିଜୟାଦଶମୀ ବା ଦଶହରା ପର୍ବକୁ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ । ଏହି ଉତ୍ସବ ବିଶେଷ ରୂପେ ଭଗବାନ ରାମଙ୍କ ଦ୍ୱାରା ରାମଣର ବଧ କାହାଣୀ ସହିତ ଯୋଡ଼ି ହୋଇ ରହିଛି । ଏହିଦିନ ରାମଲୀଳା ମଞ୍ଚରେ ଭଗବାନ ରାମଙ୍କ ଜୀବନର ଘଟଣାକୁ ନାଟକୀୟ ରୂପେ ପ୍ରସ୍ତୁତ କରାଯାଇଥାଏ । ଶେଷରେ ରାବଣ, ମେଗନାଦ ଓ କୁମ୍ଭକର୍ଣ୍ଣଙ୍କୁ ପୁତୁଳାକୁ ଜଳାଇ ଦିଆଯାଇଥାଏ ।

ଭାରତୀୟ ପୌରାଣିକ କଥା ଓ ଜ୍ୟୋତିଷ ଶାସ୍ତ୍ରରେ ରାମ ଓ ରାମଙ୍କ କୁଣ୍ଡଳୀକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ । କୁହାଯାଏ, ଏହି ଦିନରେ କୁଣ୍ଡଳୀରେ ଅଦ୍ୱିତୀୟ ବିଶେଷତା ରହିଥିଲା, ଯାହାକି ସେମାନଙ୍କ ଜୀବନ ଓ ବ୍ୟକ୍ତିତ୍ୱକୁ ପ୍ରଭାବିତ କରୁଥିଲା । ଜ୍ୟୋତିଷ ଗଣନା ମୁତାବକ, ରାମଙ୍କ କୁଣ୍ଡଳୀରେ କିଛି ଖାସ ବିଶେଷତତା ରହିଥିବା କାରଣରୁ ସେ ଅହଂକାରୀ ରାବଣ ଉପରେ ବିଜୟ ପ୍ରାପ୍ତ କରିବାରେ ସଫଳ ହୋଇଥିଲେ । ପ୍ରଭୁ ରାମଙ୍କ କୁଣ୍ଡଳୀ କର୍କ ଲଗନ ରହିଥିବା ବେଳେ ରାମଣର ସିଂହ ଲଗନର ଜାତକ ରହିଥିଲା । ଦୁହିଁଙ୍କ ଲଗନରେ ବିଦ୍ୟମାନ ବୃହସ୍ପତି ସେମାନଙ୍କୁ ଶକ୍ତିଶାଳୀ କରିଥିଲା । ମାତ୍ର ରାମଙ୍କ ବୃହସ୍ପତି ଲଗନ ସର୍ବୋଚ୍ଚ ରହିଥିଲା, ଯାହା ତାଙ୍କୁ ବିଶିଷ୍ଟ କରିପାରିଥିଲା ।

ଶନି ଓ ବୁଧ ଗ୍ରହ ଉଚ୍ଚ ରହିବା କାରଣରୁ ରାବଣ ଏକ ଜ୍ଞାନ, ବିଦ୍ୱାନ ଓ ଅତ୍ୟନ୍ତ ପରାକ୍ରମୀ ହୋଇ ପାରିଥିଲା । ମାତ୍ର ରାହୁ କାରଣରୁ ରାବଣର ମତି ଭ୍ରଷ୍ଟ ହୋଇଯାଇଥିଲା ଓ ସେ ରାକ୍ଷସ ଶ୍ରେଣୀରେ ରହିଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ପ୍ରଭୁ ରାମଙ୍କ ବୃହସ୍ପତି ହିଁ ରାବଣ ଉପରେ ଭାରି ପଡ଼ିଥିଲା । ଫଳରେ ରାବଣ ପରାସ୍ତ ହୋଇଥିଲା ଓ ଅସତ୍ୟ ଉପରେ ସତ୍ୟ ବିଜୟ ପ୍ରତିଷ୍ଠା କରିଥିଲେ ପ୍ରଭୁ ଶ୍ରୀରାମ । ରାବଣ ଯେ ଜଣେ ଅତ୍ୟନ୍ତ ଜ୍ଞାନୀ ଓ ମହାବଳଶାଳୀ ରାଜା ଥିଲେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ରାବଣ ପରି ଜଣେ ଶକ୍ତିଶାଳୀ ଯୋଦ୍ଧା ଲୋକ-ପରଲୋକରେ କେହି ନଥିଲେ । ମାତ୍ର ନିଜର ଶକ୍ତିର ଦୁରୂପଯୋଗ କରିବା କାରଣରୁ ତା’ର ପତ୍ତନ ଘଟିଥିଲା ।

Get real time updates directly on you device, subscribe now.