fbpx

ଭାରତୀୟ କ୍ରିକେଟ ଆର୍. ଅଶ୍ୱିନ କରୋନା ପଜିଟିଭ , ପ୍ରୋଟୋକଲ ଯୋଗୁ କରିପାରିଲେନି ଇଂଲଣ୍ଡ ଗସ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଭେଟେରାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କରୋନାରେ ଆକ୍ରାନ୍ତ ହେବା ଯୋଗୁଁ ଇଂଲଣ୍ଡ ଗସ୍ତରେ ଯାଇ ପାରିଲେ ନାହିଁ । ଗତ ୧୬ ତାରିଖ ଦିନ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ଅଶ୍ୱିନ ସେମାନଙ୍କ ସହିତ ସାମିଲ ହୋଇ ପାରିଲେ ନାହିଁ । କାରଣ ଅଶ୍ୱିନଙ୍କର କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ସେ ବର୍ତ୍ତମାନ କ୍ୱରେଣ୍ଟାଇନରେ ଅଛନ୍ତି । ଏଥିରୁ ମୁକ୍ତ ହେବା ପରେ ଆବଶ୍ୟକ ସମସ୍ତ ପ୍ରୋଟୋକଲ ପୂରଣ କରି ପାରିଲେ ବିଳମ୍ବରେ ଇଂଲଣ୍ଡ ଗସ୍ତ କରି ଭାରତୀୟ ଟେଷ୍ଟ ଦଳ ସହିତ ଯୋଗ ଦେବା ସମ୍ଭାବନା ରହିଛି ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ନଚେତ ଜୁଲାଇ ୧ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ ଖେଳି ପାରିବେ ନାହିଁ । ସୂଚନା ଯୋଗ୍ୟ ଯେ ଅଶ୍ୱିନ ଆଇପିଏଲ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ ତାମିଲନାଡୁ କ୍ରିକେଟ ଆସୋସିଏସନ ଲିଗ ଖେଳିଥିଲେ । ତେବେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ ତାଙ୍କର କୋଭିଡ ପରୀକ୍ଷା କରାଯିବା ପରେ ପଜିଟିଭ ରିପୋର୍ଟ ଆସିଥିଲା ।

Get real time updates directly on you device, subscribe now.