fbpx

ରାଜକୋଟରେ ଜାଡେଜା କରିଦେଲେ ବଡ ଖେଳ, ରଚିଲେ ଏହି କୀର୍ତ୍ତି

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଆଜି ଦ୍ୱିତୀୟ ଦିନ । ଏହି ଟେଷ୍ଟ ମ୍ୟାଚ୍‌ରେ ଭାରତର ତ ଦବଦବା ରହିଛି । ଉଭୟ ଟିମ୍ ଏହି ଟେଷ୍ଟ ମ୍ୟାଚ୍ ସିରିଜ୍‌ରେ ୧-୧ରେ ବରାବର ସ୍ଥିତିରେ ଅଛନ୍ତି । ମ୍ୟାଚ୍‌ର ପ୍ରଥମ ଦିନ କ୍ୟାପଟେନ୍ ରୋହିତ ଶର୍ମା ୧୩୧, ସରଫରାଜ ଖାନ୍ ୬୨ ରନ୍‌ର ପାରି ଖେଳିଥିଲେ । ସେହିପରି ମ୍ୟାଚ୍‌ର ୨ୟ ଦିନ ରବୀନ୍ଦ୍ର ଜାଡେଜା ୧୧୨ ରନ୍‌ର ଶତକୀୟ ପାରି ଖେଳି ଆଉଟ୍ ହୋଇଥିଲେ । ଏହି କ୍ରମରେ ଜାଡେଜା ନିଜ ନାମରେ ବହୁ ରେକର୍ଡ ମଧ୍ୟ କରିଛନ୍ତି । ଜାଡେଜା ଏବେ ୩୦୦୦+ ଟେଷ୍ଟ ରନ୍ ଓ ୨୦୦+ ଟେଷ୍ଟ ୱିକେଟ୍ ନେଇଥିବା ଅଲରାଉଣ୍ଡରଙ୍କ ଭାରତୀୟ କ୍ଲବରେ ସାମିଲ ହୋଇଯାଇଛନ୍ତି ।

କପିଲ ଦେବ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ୫୨୪୮ ରନ୍ କରିଥିଲେ ଓ ୪୩୪ ୱିକେଟ୍ ବି ନେଇଛନ୍ତି । ସେହିପରି ରବିଚନ୍ଦ୍ରନ ଅଶ୍ୱିନ ଏ ପର୍ଯ୍ୟନ୍ତ ଟେଷ୍ଟରେ ୪୯୯ ୱିକେଟ୍ ନେଇଛନ୍ତି ଓ ୩୨୭୧ ରନ୍ (ଆଜିର ରନ୍‌କୁ ଛାଡି)କରିଛନ୍ତି ।

ସେହିପରି ଜାଡେଜାଙ୍କ ନାମରେ ଟେଷ୍ଟ କ୍ରିକେଟରେ ୨୮୦ ୱିକେଟ୍ ରହିଛି । ସେହିପରି ସେ ଏ ପର୍ଯ୍ୟନ୍ତ ୩୦୦୫ ରନ୍ କରି ସାରିଲେଣି । ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ରବୀନ୍ଦ୍ର ଜାଡେଜାଙ୍କ ରେକର୍ଡ ବହୁତ ଭଲ ରହିଛି । ତାଙ୍କର ଏହା ହୋମ୍ ଗ୍ରାଉଣ୍ଡ ଅଟେ । ସେ ଏଠାରେ ୧୨ ଫାଷ୍ଟ କ୍ଲାସ ମ୍ୟାଚ୍‌ରେ ୧୪୨.୧୮ ଆଭରେଜ୍ ହିସାବରେ ୧୫୬୬ ରନ୍ କରିଛନ୍ତି । ଏଠାରେ ତାଙ୍କର ସର୍ବାଧିକ ସ୍କୋର ୩୩୧ । ସେ ଏଠାରେ ୬ ଶତକ ଓ ୪ ଅର୍ଦ୍ଧଶତକ ବି ହାସଲ କରିଛନ୍ତି । ଏହା ବ୍ୟତିତ ସେ ଏଠାରେ ୬୦ ୱିକେଟ୍ ବି ନେଇଛନ୍ତି ।

Get real time updates directly on you device, subscribe now.