fbpx

RBI ଓ Bank of Russia ମଧ୍ୟରେ ହେବ ବଡ଼ ଡିଲ୍: ମୋଦୀ-ପୁଟିନଙ୍କ ନିଷ୍ପତ୍ତିରେ ହତବାକ୍ ହୋଇଯିବ ବିଶ୍ୱ

Advertisement

ନୂଆଦିଲ୍ଲୀ: ଭାରତ ଓ ରୁଷିଆକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆସିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ତେବେ ଏହି ଦୁଇ ନେତାଙ୍କ ନିଷ୍ପତ୍ତିରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଯିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଓ ବ୍ୟାଙ୍କ ଅଫ୍ ରୁଷିଆ ମଧ୍ୟରେ ଏକ ବଡ଼ ଡିଲ୍ ହେବାକୁ ଯାଉଛି ।

ରୁଷ-ୟୁକ୍ରେନ ଯୁଦ୍ଧ ଅବସରରେ ଅଧିକାଂଶ ରାଷ୍ଟ୍ର ରୁଷ ଉପରେ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଛନ୍ତି । ତେବେ ଏପରି ସ୍ଥିତିରେ ରୁଷ ସହ ଭାରତର ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି । ଦୁଇ ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟରେ ଆସନ୍ତା ସପ୍ତାହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ଦ୍ୱିପାକ୍ଷିକ ପେମେଣ୍ଟ ସିଷ୍ଟମକୁ ନେଇ ଆଲୋଚନା ହେବ ।

ଯଦି ଏହି ସିଷ୍ଟମ ନେଇ ରାଷ୍ଟ୍ରଙ୍କ ମଧ୍ୟରେ ସହମତି ହୁଏ, ତେବେ ଦୁଇ ଦେଶ ମଧ୍ୟରେ ପେମେଣ୍ଟ କରିବା ସହଜସାଧ୍ୟ ହୋଇଯିବ । ଏଥିରେ କୌଣସି ପ୍ରକାର ଅନ୍ତର୍ଜାତୀୟ କଟକଣାର ଉଲ୍ଲଂଘନ ହେବାର ସମ୍ଭାବନା ନାହିଁ । ଗତ ଫେବୃଆରୀ ମାସରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ରୁଷ ଉପରେ କ୍ରମାଗତ ଭାବେ କଟକଣା କଠୋର ହେବାରେ ଲାଗିଛି ।

Get real time updates directly on you device, subscribe now.