fbpx

ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI, ଗ୍ରାହକ ସେମାନଙ୍କ ଜମା ପଇସା ଫେରିପାଇବେ କି ନା ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଉତ୍ତରପ୍ରଦେଶର ଏକ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ରଦ୍ଦ କରି ଦେଇଛନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ପର୍ଯ୍ୟାପ୍ତ ପୁଞ୍ଜି ନ ଥିବାରୁ ଓ ଆୟର ସମ୍ଭାବନା ନ ଥିବାରୁ ଲକ୍ଷ୍ନୌ ଅର୍ବାନ କୋଅପରେଟିଭ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରି ଦେଇଛନ୍ତି । ଆରବିଆଇ ଉତ୍ତରପ୍ରଦେଶ ସହକାରୀ ଆୟୁକ୍ତ ଓ ରେଜିଷ୍ଟ୍ରାରଙ୍କୁ ବି ବ୍ୟାଙ୍କ ବନ୍ଦ କରିବା ଓ ସହକାରୀ ବ୍ୟାଙ୍କ ଲାଗି ଜଣେ ଲିକ୍ୱିଡେଟର ନିଯୁକ୍ତ କରିବା ଲାଗି ଅନୁରୋଧ କରିଛନ୍ତି ।

ଲାଇସେନ୍ସ ରଦ୍ଦ କରି ରିଜର୍ଭ ବ୍ୟାଙ୍କ ଲକ୍ଷ୍ନୌ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଉପରେ କୌଣସି ବ୍ୟାଙ୍କିଂ କାର୍ଯ୍ୟ କରିବା ନେଇ ପ୍ରତିବନ୍ଧ ଲଗାଇ ଦେଇଛନ୍ତି । ଜମା ସ୍ୱୀକାର କରିବା କିମ୍ବା ଜମା ଭରଣା କରିବା ଦିଗରେ ବ୍ୟାଙ୍କ ଉପରେ ପ୍ରତିବନ୍ଧ ଲାଗିଛି । ଏହାପରେ ଗ୍ରାହକଙ୍କ ଜମା ଅର୍ଥର କ’ଣ ହେବ ଏ ନେଇ ପ୍ରଶ୍ନ ଉଠିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗ୍ରାହକଙ୍କ ବ୍ୟାଙ୍କରେ ଜମା ପଇସା ଉପରେ ୫ ଲକ୍ଷ ଟଙ୍କାର ଡିପୋଜିଟ୍ ଇନସ୍ୟୁରାନ୍ସ କଭର ମିଳିଥାଏ । ଏଣୁ ବ୍ୟାଙ୍କରେ ଜମା ଥିବା ଗ୍ରାହକଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଇସା ବୁଡିଯିବ ନାହିଁ ଏବଂ ଡିପୋଜିଟ୍ ଇନସ୍ୟୁରାନ୍ସ ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଗ୍ରାହକଙ୍କୁ ପଇସା ଫେରାଇ ଦେବ ବୋଲି ଆର୍‌ବିଆଇ କହିଛି । କିନ୍ତୁ ଯେଉଁମାନଙ୍କର ୫ ଲକ୍ଷରୁ ଅଧିକ ପଇସା ଜମା ଅଛି ସେମାନେ କେବଳ ୫ ଲକ୍ଷ ଟଙ୍କା ହିଁ ଫେରିପାଇବେ ।

Get real time updates directly on you device, subscribe now.