fbpx
BSKY SKY
BSKY SKY

୪ଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI: ଗ୍ରାହକଙ୍କ ଜମା ଅର୍ଥ ଏବେ କ’ଣ ହେବ

BSKY

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନିକଟରେ ୪ଟି ବ୍ୟାଙ୍କର ଲାଇସେନ୍ସକୁ ବାତିଲ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଗତ ୫ ତାରିଖରେ ଦୁଇଟି ବ୍ୟାଙ୍କର ଲାଇସେନ୍ସ ବାତିଲ କରି ଦିଆଯାଇଥିବା ବେଳେ ଏହା ମଧ୍ୟରେ ପୁଣି ଆଉ ଦୁଇଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଦେଇଛି ଆରବିଆଇ । ତେବେ ୪ଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ ହେବା ପରେ ଏହା ଗ୍ରାହକଙ୍କ ଉପରେ ନିଶ୍ଚିତ ଭାବେ ପ୍ରଭାବ ପକାଇପାରେ ।

ସୂଚନା ମୁତାବକ, କର୍ଣ୍ଣାଟକର ତୁମକୁର ସ୍ଥିତ ଶ୍ରୀ ଶାରଦା ମହିଳା ସହକାରୀ ବ୍ୟାଙ୍କ ଓ ମହାରାଷ୍ଟ୍ରର ସତାରା ସ୍ଥିତ ହରିହରେଶ୍ୱର ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଦୁଇ ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ପୁଞ୍ଜି ଓ ରୋଜଗାରର ସମ୍ଭାବନା ନଥିଲା । ତେଣୁ ଜୁଲାଇ ୧୧ ପରଠାରୁ କାରବାର ବନ୍ଦ କରିବାକୁ ଏହି ଦୁଇ ବ୍ୟାଙ୍କକୁ ଆରବିଆଇ ନିର୍ଦ୍ଦେଶ ଦେଇଛି । ତେବେ ଜମା ବୀମା ଓ ଲୋନ ଗ୍ୟାରେଣ୍ଟ ନିଗମ (ଡିଆଇସିଜିସି) ପକ୍ଷରୁ ବ୍ୟାଙ୍କର ପାଖାପାଖି ୯୯.୬ ପ୍ରତିଶତ ଜମାକାରୀଙ୍କ ମୋଟ ଜମା ଫେରସ୍ତ କରାଯିବ ବୋଲି ଜଣାପଡ଼ିଛି । ଗ୍ରାହକମାନେ ସେମାନଙ୍କର ଜମା ରାଶିର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ପାଇପାରିବେ ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ମହାରାଷ୍ଟ୍ର ଓ କର୍ଣ୍ଣାଟକର ଦୁଇଟି କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରଯାଇଥିଲା । ମଲକାପୁର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ, ବୁଲଢଣା ଓ ଶୁଶ୍ରୁତି ସୌହାର୍ଦା ସହକାରା ବ୍ୟାଙ୍କ ନିୟମିତା, ବେଙ୍ଗାଲୁରୁ ନିଜ ନିଜର ଲାଇସେନ୍ସ ହରାଇଥିଲେ । । ଜୁଲାଇ ମାସ ୫ ତାରିଖ ଠାରୁ ଏହି ଦୁଇ ବ୍ୟାଙ୍କ କୌଣସି ପ୍ରକାରର ବିଜିନେସ୍ ନେଣଦେଣ କରିପାରିବେ ନାହିଁ ବୋଲି ଆରବିଆଇ ପକ୍ଷରୁ ଜାରି ଦୁଇଟି ନୋଟିସରେ କୁହାଯାଇଥିଲା ।

Get real time updates directly on you device, subscribe now.