fbpx

RBIର କାର୍ଯ୍ୟାନୁଷ୍ଠାନ: ଏହି ସରକାରୀ ବ୍ୟାଙ୍କଙ୍କୁ ୫୭ କୋଟିର ଫାଇନ୍

Advertisement

ନୂଆଦିଲ୍ଲୀ: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କକୁ ବଡ଼ ଝଟକା ଲାଗିଛି । ପକୃତରେ ଭାରତୀୟ ଆରବିଆଇ ଆଇଓବି ବ୍ୟାଙ୍କ ଉପରେ ୫୭.୫ କୋଟି ଟଙ୍କାର ଫାଇନ୍ ଲଗାଇଛି । ଆରବିଆଇ ଶୁକ୍ରବାର କହିଛି ଯେ କିଛି ମାନଦଣ୍ଡ ତଥା ନିୟମକୁ ଉଲ୍ଳଘଂନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।

ଆରବିଆଇ ଅନୁଯାୟୀ ମାର୍ଚ୍ଚ ୨୦୨୦ ଶେଷରେ ନିଜର ଆର୍ଥିକ ସ୍ଥିତି ସନ୍ଦର୍ଭରେ ବ୍ୟାଙ୍କର ବୈଧାନିକ ନିରୀକ୍ଷଣ ଏବଂ ରିପୋର୍ଟର ଯାଞ୍ଚ ଆଧାରରେ ଏହି ଜୋରିମାନା ଲଗାଯାଇଛି । ଆରବିଆଇ କହିଛି ଯେ ଆଇଓବି କାରଣ ଦର୍ଶାଅ ନୋଟିସ ପରିୟଡରେ ଏଟିଏମ କାର୍ଡ କ୍ଲୋନିଂ/ସ୍କିମିଂ ସହ ଜଡ଼ିତ ଠକାମୀର କିଛି ମାମଲାର ସୂଚନା ଦେବାରେ ବିଫଳ ହୋଇଥିଲା ।

ଆରବିଆଇ ତରଫରୁ କୁହାଯାଇଛି ଯେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଉପରେ ଜରିମାନା ଲଗାଯିବା ଦ୍ୱାରା ବ୍ୟାଙ୍କ ଗ୍ରାହକଙ୍କ ଜମା ପୁଞ୍ଜି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏହାର କାରଣ ହେଉଛି ବ୍ୟାଙ୍କ୍ ଉପରେ ନିୟମ ପାଳନ କରିନଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ହୋଇଛି । ଏମିତିରେ ବ୍ୟାଙ୍କ ସେବା ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ ।

ଏହା ପୂର୍ବରୁ ମଧ୍ୟ ଆରବିଆଇ ସେଣ୍ଟ୍ରାଲ୍ ବ୍ୟାଙ୍କ୍, ଏସବିଆଇ ସହ ଅନ୍ୟ ବ୍ୟାଙ୍କ ଉପରେ ଜରିମାନା ଲଗାଇଛି ।

Get real time updates directly on you device, subscribe now.