fbpx

୮ଟି ବ୍ୟାଙ୍କରେ ତାଲା ପକାଇଛି ଆରବିଆଇ , ଏଥିରେ ଆପଣଙ୍କ ବ୍ୟାଙ୍କ ସାମିଲ ନାହିଁ ତ ?

ନୂଆଦିଲ୍ଲୀ : ୨୦୨୨-୨୩ ଆର୍ଥିକ ବର୍ଷରେ ୮ଟି ବ୍ୟାଙ୍କରେ ତାଲା ପଡିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କରିବା ସହ ବ୍ୟାଙ୍କରେ ତାଲା ପକାଇ ଦେଇଛି । ଖାଲି ସେତିକି ନୁହେଁ, ଅନ୍ୟ ୧୧୪ ଟି ବ୍ୟାଙ୍କରୁ ଜୋରିମାନା ଆଦାୟ କରିଛି। ନିୟମ ପାଳନ ନକରିବାରୁ ଆରବିଆଇ ଏହି ବ୍ୟାଙ୍କଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସୂଚନାଯୋଗ୍ୟ, ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇବା ପାଇଁ ସମବାୟ ବ୍ୟାଙ୍କଗୁଡିକ ପ୍ରସ୍ତୁତ କରାଯାଇଛି। ଏହି ବ୍ୟାଙ୍କଗୁଡିକ କିଛି ସମୟ ଧରି ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ଯେଉଁ ଆଠଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ହେଉଛି – ମୁଦୋଲ ସମବାୟ ବ୍ୟାଙ୍କ, ମିଲାଥ ସମବାୟ ବ୍ୟାଙ୍କ, ରୂପୀ ସମବାୟ ବ୍ୟାଙ୍କ, ଡେକାନ ସମବାୟ ବ୍ୟାଙ୍କ, ଲକ୍ଷ୍ମୀ ସମବାୟ ବ୍ୟାଙ୍କ…। ଆରବିଆଇ ଅନୁଯାୟୀ, ପର‌୍ୟ୍ୟାପ୍ତ ପୁଞ୍ଜି ଅଭାବ, ନିୟାମକ ଅଧିନିୟମ ଅନୁଯାୟୀ ବିଧି ନିୟମ ପାଳନ ନକରିବା ଏବଂ ଭବିଷ୍ୟତରେ ରୋଜଗାର ସମ୍ଭାବନା ଅଭାବରୁ ଏହି ବ୍ୟାଙ୍କଗୁଡିକର ଲାଇସେନ୍ସ ବାତିଲ କରାଯାଇଛି। ଆରବିଆଇ ଗତ ବର୍ଷ ୧୨ଟି ବ୍ୟାଙ୍କର ଲାଇସେନ୍ସକୁ ବାତିଲ କରିଥିଲା ଏବଂ ୨ ବର୍ଷ ପୂର୍ବରୁ ୫ ଟି ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଥିଲା।

୧୧୪ ଟି ବ୍ୟାଙ୍କରୁ ଆରବିଆଇ ୫୦,୦୦୦ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କିରିଛି । ଜୋରିମାନା ଆଦାୟ ପରେ ବ୍ୟାଙ୍କଗୁଡ଼ିକୁ ଚେତାବନୀ ଦିଆଯାଇଛି। ଯଦି ସେହି ବ୍ୟାଙ୍କ ଗୁଡିକ ନିୟମ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କର ଲାଇସେନ୍ସ ବାତିଲ କରାଯିବ ।

Get real time updates directly on you device, subscribe now.