fbpx

୯ ଟି ବଡ଼ ବଡ଼ ବ୍ୟାଙ୍କ ଉପରେ ଜୋରିମାନା ଲଗାଇଲା RBI: ସାମିଲ ଅଛି ଓଡ଼ିଶାର ଦୁଇଟିିି ବ୍ୟାଙ୍କ, ତୁରନ୍ତ କରନ୍ତୁ ଚେକ୍

Advertisement

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଆସିଛି ବଡ଼ ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ ବ୍ୟାଙ୍କର ଲାଇସେନ୍ସ ବାତିଲ କରିଛି । ବିଭିନ୍ନ ବ୍ୟାଙ୍କିଙ୍ଗ୍ ନିୟମ ଉଲ୍ଲଂଘନ କରିଥିବାରୁ ୯ଟି ସମବାୟ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପ୍ରାୟ ୧୨ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି । ସୋମବାର ଜାରି କରାଯାଇଥିବା ଅଲଗା ଅଲଗା ବିଜ୍ଞପ୍ତିରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ନଅଟି କୋଅପରେଟିଭ ବ୍ୟାଙ୍କ ଉପରେ ୧୧.୬୦ ଲକ୍ଷ ଟଙ୍କା ଜୋରିମାନା ଲଗ।।ଯାଇଛି ।

ଆରବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବେରହାମପୁର ସହକାରୀ ସହରୀ ବ୍ୟାଙ୍କ (ଓଡ଼ିଶା) ଉପରେ ୩.୧୦ ଲକ୍ଷ ଟଙ୍କା, ମହାରାଷ୍ଟ୍ରର ଓସମାନାବାଦ ଜନତା ସହକାରୀ ବ୍ୟାଙ୍କ ଉପରେ ୨.୫ ଲକ୍ଷ ଟଙ୍କା ଏବଂ ସନ୍ତରାମପୁର ସହରୀ ସମବାୟ ବ୍ୟାଙ୍କ ଲିମିଟେଡ ଉପରେ ୨ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି କେନ୍ଦ୍ରୀୟ ବ୍ୟାଙ୍କ । ଏହା ବ୍ୟତୀତ ମଧ୍ୟପ୍ରଦେଶର ଜିଲ୍ଲା ସହକାରୀ କେନ୍ଦ୍ରୀୟ ବ୍ୟାଙ୍କ, ଝାଡେଖଣ୍ଡର ଜମସେଦପୁର ସହରୀ କୋଅପରେଟିଭ ବ୍ୟାଙ୍କ ଲିମିଟେଡ ଓ ଛତିଶଗଡ଼ର ରେଣୁକା ନାଗରିକ ସହକାରୀ ବ୍ୟାଙ୍ ଉପରେ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଲାଗିଛି ।

ଆରବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗୁଜୁରାଟର ନୱାନଗର କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ଉପରେ ୨୫,୦୦୦ ଟଙ୍କା ଜୋରିମାନା ଲାଗୁ କରାଯାଇଛି । ଏହା ସହିତ ମଧ୍ୟପ୍ରଦେଶର କୃଷ୍ଣ ମର୍କାଣ୍ଟାଇଲ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ଏବଂ ଓଡ଼ିଶାର କେନ୍ଦ୍ରାପଡା ସହରୀ ସମବାୟ ବ୍ୟାଙ୍କ ଲିମିଟେଡ୍ ଉପରେ ୫୦,୦୦୦ ଟଙ୍କା ଜୋରିମାନା ଲାଗୁ କରାଯାଇଛି ।

Get real time updates directly on you device, subscribe now.