fbpx

ଲକ୍ଷ ଲକ୍ଷ ଆକାଉଣ୍ଟଧାରୀଙ୍କୁ ଲାଗିଲା RBI ଝଟକା: ପୁଣି ୩ଟି ବ୍ୟାଙ୍କ ଉପରେ ଲାଗୁହେଲା କଟକଣା

ନୂଆଦିଲ୍ଲୀ: ନିକଟରେ କିଛି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପ୍ରତିବନ୍ଧକ ଲାଗୁ କରାଯାଇଥିଲା । ତେବେ ଏବେ ପୁଣି ୩ଟି ସହକାରୀ ବ୍ୟାଙ୍କ ଉପରେ ଲାଗିଛି ଆରବିଆଇ ଝଟକା । ଏହି ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଆରବିଆଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସାଧାରଣ ଭାବେ ବ୍ୟାଙ୍କ ଉପରେ କଟକଣା ଲାଗୁ ହେବା ଫଳରେ ଗ୍ରାହକମାନେ ଏକ ସୀମିତ ପରିମାଣର ଅର୍ଥ ଆକାଉଣ୍ଟରୁ ଉଠାଇ ପାରିଥାନ୍ତି ।

ସୂଚନା ମୁତାବକ, ଜୟପ୍ରକାଶ ନାରାୟଣ ନଗରୀ ସହକାରୀ ବ୍ୟାଙ୍କ, ବାସମତନଗର ଉପରେ ଆରବିଆଇ କଟକଣା ଲଗାଇଛି । ଏହାଫଳରେ ଏହି ବ୍ୟାଙ୍କର ଗ୍ରାହକମାନେ ଆକାଉଣ୍ଟରୁ ନିଜ ଆବଶ୍ୟକ ମୁତାବକ ଅର୍ଥ ଲଠାଇ ପାରିବେ ନାହିଁ । ଏହାଛଡ଼ା ଦି’ କରମାଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ, ସୋଲାପୁର ଉପରେ କଟକଣା ଲାଗିଛି । ଏହିବ୍ୟାଙ୍କର ଗ୍ରାହକମାନେ ନିଜ ଖାତାରୁ କେବଳ ୧୦ ହଜାର ଟଙ୍କା ଉଠାଇ ପାରିବେ ।

ସେହିପରି ଦୁର୍ଗା କୋ-ଅପରେଟିଭ ଅର୍ବାନ ବ୍ୟାଙ୍କ, ବିଜୟୱାଡ଼ା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି । ଏହି ବ୍ୟାଙ୍କର ଗ୍ରାହକମାନେ ନିଜ ଜମାରାଶିରୁ ୧.୫ ଲକ୍ଷ ପର୍ଯ୍ୟନ୍ତ ଉଠାଇ ପାରିବେ । ଏହାପୂର୍ବରୁ ୪ଟି ସହକାରୀ ବ୍ୟାଙ୍କ ଉପରେ ଆରବିଆଇ ପ୍ରତିବନ୍ଧକ ଲଗାଇଥିଲା । ସେଥିମଧ୍ୟରେ ସାଇବାବା ଜନତା ସହକାରୀ ବ୍ୟାଙ୍କ, ଦ’ ସୂରୀ ଫ୍ରେଣ୍ଡସ ୟୁନିୟନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ, ସୁରୀ ଏବଂ ବହରାଇଚ ସ୍ଥିତ ନ୍ୟାସନାଲ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ରହିଛି ।

Get real time updates directly on you device, subscribe now.