fbpx

କେନ୍ଦ୍ରୀୟ ବ୍ୟାଙ୍କର ଘୋଷଣା: UPI ମାଧ୍ୟମରେ ଟ୍ୟାକ୍ସ ପେମେଣ୍ଟ ସୀମା ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ହେଲା

ନୂଆଦିଲ୍ଲୀ: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଥିଲା । ଗତବର୍ଷ ଫେବୃଆରୀ ମାସରେ ଶେଷ ଥର ପାଇଁ ରେପୋ ରେଟରେ ପରିବର୍ତ୍ତନ ହୋଇଥିବା ବେଳେ କ୍ରମାଗତ ନବମ ଥର ପାଇଁ ଆରବିଆଇ ରେପୋ ରେଟକୁ ସ୍ଥିର ରଖିଥିଲା । ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିବା ଆରବିଆଇର ମୁଦ୍ରା ନୀତି କମିଟି (ଏମପିସି)ର ସମୀକ୍ଷା ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ବାବଦରେ ଘୋଷଣା କରିଥିଲେ । ଆରବିଆଇର ଏହି ନିଷ୍ପତ୍ତି ଫଳରେ ଏଣିକି ଗ୍ରାହକଙ୍କର ଋଣ ଇଏମଆଇରେ କୌଣସି ପରିବର୍ତ୍ତନ ଘଟିବ ନାହିଁ ।

ତେବେ ଆଜି ଆରବିଆଇ ଗଭର୍ଣ୍ଣର ଶ୍ରୀ ଦାସ ଆଉ ଏକ ବଡ଼ ଘୋଷଣା କରିଛନ୍ତି । ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ ମାଧ୍ୟମରେ ଏଣିକି ଏକସଙ୍ଗେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ପେମେଣ୍ଟ କରିହେବ । ପୂର୍ବରୁ ଏହି ସୀମା ୧ ଲକ୍ଷ ପର୍ଯ୍ୟନ୍ତ ରହିଥିଲା । ୟୁପିଆଇ ମାଧ୍ୟମରେ ଟ୍ୟାକ୍ସ ପେମେଣ୍ଟ ଲିମିଟେ ବୃଦ୍ଧି ହେବା ଫଳରେ ଡିଜିଟାଲ ପେମେଣ୍ଟର ଗୁରୁତ୍ୱ ବଢ଼ିବ ବୋଲି ଶ୍ରୀ ଦାସ କହିଥିଲେ । ବର୍ତ୍ତମାନ ୟୁପିଆଇ ପେମେଣ୍ଟକୁ ନେଇ ଯେଉଁ ଲିମିଟ୍ ସ୍ଥିତ କରାଯାଇଛି ତା’ ମୁତାବିକ, ସାଧାରଣ ପେମେଣ୍ଟ ପାଇଁ ପ୍ରତି ଟ୍ରାଞ୍ଜାକସନ ୧ ଲକ୍ଷ ଟଙ୍କା, କ୍ୟାପିଟାଲ ମାର୍କେଟସ, ବୀମା ପେମେଣ୍ଟ ପାଇଁ ୨ ଲକ୍ଷ ଟଙ୍କା ଓ ଆଇପିଓରେ ଆବେଦନ ପାଇଁ ୟୁପିଆଇ ପେମେଣ୍ଟସ ଲିମିଟ ପ୍ରତି ଟ୍ରାଞ୍ଜାକସନ ୫ ଲକ୍ଷ ଟଙ୍କା ରହିଛି ।

Get real time updates directly on you device, subscribe now.