RBI ରଚିବ ଇତିହାସ, ପିଏମ ମୋଦୀଙ୍କୁ ଦେବ ୨.୬୯ ଲକ୍ଷ କୋଟିର ସବୁଠୁ ବଡ଼ Dividend
ମୋଦୀ ସରକାରଙ୍କୁ ଆରବିଆଇ ଦେବ ବଡ଼ ଉପହାର
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୨.୬୯ ଲକ୍ଷ କୋଟିର ଡିଭିଡେଣ୍ଟ ଦେବାର ଘୋଷଣା କରିଛି। ଏହା ଏପର୍ଯ୍ୟନ୍ତ ସବୁଠୁ ବଡ଼ ସରପ୍ଲସ ଟ୍ରାନ୍ସଫର, ଯାହା ସରକାରଙ୍କୁ ଯେକୌଣସି ବର୍ଷରେ ମିଳିଛି।
ଏହା ପୂର୍ବରୁ ୨୦୨୩-୨୪ରେ ଆରବିଆଇ ୨.୧ ଲକ୍ଷ କୋଟି ଏବଂ ୨୦୨୨-୨୩ରେ ୮୭ ହଜାର ୪୨୦ କୋଟି ସରକାରଙ୍କୁ ଟ୍ରାନ୍ସଫର କରିଛି।
ସରକାରଙ୍କୁ କାହିଁକି ମିଳିଲା ଏତେ ଟଙ୍କା: ଆରବିଆଇ Forex Assetsରୁ ଏଥର ଭଲ ରୋଜଗାର କରିଛି। ଏହା ବ୍ୟତୀତ ଭିଆରଆର ଅପରେସନ୍ସ ଏବଂ ଫରେନ ଏକ୍ସଚେଞ୍ଜ ସେଲରୁ ମଧ୍ୟ ବ୍ୟାଙ୍କକୁ ବଡ଼ ଲାଭ ମିଳିଛି।
ସରକାରଙ୍କୁ ମିଳିବ କି ଫାଇଦା: ସରକାର ଚଳିତ ବର୍ଷ ଆରବିଆଇ, ପବ୍ଲିକ ସେକ୍ଟର ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକରୁ ୨.୫୬ ଲକ୍ଷ କୋଟି କଲେକ୍ସନ କରିବାର ଲକ୍ଷ୍ୟ ରଖିଥିଲା। ହେଲେ ଆରବିଆଇରୁ ହିଁ ୨.୬୯ ଲକ୍ଷ କୋଟି ମିଳଯିିବା ସରକାରଙ୍କ ପାଇଁ ବୋନୋସ ଭଳି।
ଏକ୍ସପର୍ଟସଙ୍କ କହିବାନୁଯାୟୀ, ଏଥିରେ ସରକାରଙ୍କୁ ଅତିରି୍ତ ୫୦,୦୦୦ରୁ ୬୦,୦୦୦ କୋଟିର ସହାୟତା ମିଳିପାରେ। ଏଥିରେ ଫିସ୍କଲ ଡେଫିସିଟ ଅର୍ଥାତ ରାଜକୋହୀୟ ଘାଟାରେ ବହୁତ ବଡ଼ ପରିବର୍ତ୍ତନ ଆସିବନି। ଅନୁମାନ ଅନୁଯାୟୀ, ଘାଟା ୪.୪ ପ୍ରତିଶତରୁ ଅଳ୍ପ ହ୍ରାସ ଘଟି ୪.୩ ପ୍ରତିଶତ ପର୍ଯ୍ୟନ୍ତ ଯାଇପାରେ।