ନୂଆଦିଲ୍ଲୀ: ଏବେ ସ୍କୁଲରେ ପିଲାମାନେ ପଢିବେ ଅର୍ଥନୀତି ପାଠ। ସହିତ ବିଦ୍ୟାଳୟ ଶିକ୍ଷା ବୋର୍ଡ ପାଇଁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ତିନୋଟି ରାଜ୍ୟ ବ୍ୟତୀତ ଅନ୍ୟ ସମସ୍ତେ ଏହାକୁ ନିଜ ବିଦ୍ୟାଳୟ ପାଠ୍ୟକ୍ରମରେ ରଖିବାକୁ ରାଜି ହୋଇଛନ୍ତି। ସୋମବାର ଏକ କାର୍ଯ୍ୟକ୍ରମରେ ଆରବିଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନିଲ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ‘ଯଦି ଆମେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ମୌଳିକ ଆର୍ଥିକ ସାକ୍ଷରତାକୁ ଅନ୍ତର୍ଭୁକ୍ତ କରିପାରିବା, ତେବେ ଦେଶରେ ଆର୍ଥିକ ସାକ୍ଷରତା ବିସ୍ତାର କରିବା ଯଥେଷ୍ଟ ଭଲ ହେବ। ଶର୍ମା କହିଛନ୍ତି ଯେ ଏହି ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପାଠ୍ୟକ୍ରମର ଏକ ଅଂଶ କରିବା ପାଇଁ ତିନୋଟି ଉପାୟ ଅଛି। ରାଜ୍ୟମାନେ ଏଥିପାଇଁ ସେମାନଙ୍କର ସମ୍ମତି ଦେଇଛନ୍ତି। ସମସ୍ତ ଆର୍ଥିକ ନିୟାମକଙ୍କ ସହ ପରାମର୍ଶ ପରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି।’
‘ସା-ଧନ ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତ ସମ୍ମିଳନୀ ୨୦୨୨’ କୁ ସମ୍ବୋଧିତ କରି ଶର୍ମା କହିଛନ୍ତି ଯେ, ବିଦ୍ୟାଳୟ ଶିକ୍ଷା ବୋର୍ଡ ଖୁବଶୀଘ୍ର ଏହି ସାକ୍ଷରତା କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରିବ। ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରମାନଙ୍କୁ ଧ୍ୟାନରେ ରଖି ଏହି ପାଠ୍ୟକ୍ରମଟି ସ୍ୱତନ୍ତ୍ର ଭାବରେ ପରିକଳ୍ପନା କରାଯାଇଛି। ସମାଜର ଶେଷ ଧାରାରେ ଥିବା ବ୍ୟକ୍ତିଙ୍କୁ ଆର୍ଥିକ ସାକ୍ଷରତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଆରବିଆଇ ଏହି ପଦକ୍ଷେପ ନେଇଛି।