fbpx
BSKY SKY
BSKY SKY

ଅଭିନେତା ମହେଶ ବାବୁଙ୍କ ପିତାଙ୍କୁ ଆସିଲା ହାର୍ଟ ଆଟାକ୍, ୨ ମାସ ପୂର୍ବରୁ ମା’ଙ୍କର ହୋଇଥିଲା ଦେହାନ୍ତ

BSKY

ନୂଆଦିଲ୍ଲୀ: ତେଲୁଗୁ ସୁପରଷ୍ଟାର ମହେଶ ବାବୁ ପୁଣିଥରେ ଦୁଃଖ ସମୟ ଦେଇ ଗତି କରୁଛନ୍ତି । ନିକଟରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ବଡ଼ ଖବର । ମହେଶଙ୍କ ପିତା କୃଷ୍ଣ ଘଟ୍ଟାମନେନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋମବାର ଅର୍ଥାତ୍ ମହେଶଙ୍କ ପିତାଙ୍କୁ ହାର୍ଟ ଆଟାକ୍ ଆସିବାରୁ ତାଙ୍କୁ କଣ୍ଟିନେଣ୍ଟାଲ ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲରୁ ମିଳିଥିବା ସୂଚନା ଅନୁସାରେ, କୃଷ୍ଣଙ୍କ ଅବସ୍ଥା ଏବେ ସ୍ଥିର ରହିଛି ।

ତେବେ ମହେଶ ବାବୁଙ୍କ ପିତା କୃଷ୍ଣଙ୍କୁ ତୁରନ୍ତ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ମେଡିକାଲରେ ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ବିଳମ୍ବିତ ରାତି ୧ଟା ୧୫ ମିନିଟରେ ତାଙ୍କୁ ଆଟାକ୍ ଆସିଥିଲା । ବିଳମ୍ବ ନକରି ୨୦ ମିନିଟ ଭିତରେ ସିପିଆର ଦେବା ସହ ହୋସକୁ ଆଣିବାକୁ ପ୍ରୟାସ କରିଥିଲେ ଡାକ୍ତର । ଏହା ପରେ କୃଷ୍ଣଙ୍କୁ ଆଇସିୟୁରେ ସିଫ୍ଟ କରାଯାଇ ଭେଣ୍ଟିଲେଟରରେ ରଖାଯାଇଛି ।

ଡାକ୍ତରଙ୍କ କହିବା ମୁତାବକ, କୃଷ୍ଣାଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯିବ । ଏବେ ବି ଚିକିତ୍ସା ଜାରି ରହିଛି । ପରିବାରକୁ ମଧ୍ୟ ଲଗାତାର ସୂଚନା ଦିଆଯାଉଛି । ତେବେ କୃଷ୍ଣଙ୍କ ବୟସ ୭୯ ବର୍ଷ ହୋଇଥିବା ବେଳେ ସେ ମଧ୍ୟ ତେଲୁଗୁ ଇଷ୍ଟ୍ରଣ୍ଡିର ଜଣାଶୁଣା ଅଭିନେତା । କୃଷ୍ଣ ନିଜ କ୍ୟାରିୟରରେ ପ୍ରାୟ ୩୫୦ ଫିଲ୍ମରେ କାମ କରିଛନ୍ତି ।

Get real time updates directly on you device, subscribe now.