IPLର କିଙ୍ଗ ହେଲା RCB, ହେଲେ ମୋଟା ଅଙ୍କର ନୋଟ ଛାପିଲେ ମୁକେଶ ଅମ୍ବାନୀ, ଜାଣନ୍ତୁ କେତେ ଟଙ୍କା କଲେ ରୋଜଗାର
ଆଇପିଏଲ ମ୍ୟାଚରେ ମୁକେଶ ଅମ୍ବାନୀ କଲେ ଏତେ ରୋଜଗାର
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ଫାଇନାଲ ମ୍ୟାଚ ୩ ଜୁନରେ ପଞ୍ଜାବ କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିଲା।
ଆଇପିଏଲ ୨୦୨୫ରୁ କେବଳ ବିସିସିଆଇ ନୁହେଁ ବରଂ ଜିଓ ହଟଷ୍ଟାର ଭଳି ବ୍ରଡକାଷ୍ଟରର ମଧ୍ୟ ନୋଟରେ ଭରିଯାଇଛି ପକେଟ। ଚଳିତ ବର୍ଷ ୬୪.୩ କୋଟି ଦର୍ଶକ ଫାଇନାଲ ମ୍ୟାଚର ମଜା ନେଇଥିଲେ।
ଗତ ବର୍ଷ ୬୦.୨ କୋଟି କ୍ରିକେଟ ଲଭର୍ସ ଜିଓ ସିନେମାରେ ଆଇପିଏଲର ଫାଇନାଲ ମ୍ୟାଚ ଦେଖିଥିଲେ। ଅର୍ଥାତ ଏଥର ଗତ ବର୍ଷର ମଧ୍ୟ ରେକର୍ଡ ଭାଙ୍ଗିଯାଇଛି।
ବର୍ତ୍ତମାନ ଜିଓ ସିନେମା ଏବଂ ହଟଷ୍ଟାର ମର୍ଜର ହେବା ପରେ ଚଳିତ ବର୍ଷ ଜିଓ ହଟଷ୍ଟାରରେକୋଟି କୋଟି ଲୋକେ ପିବିକେଏସ ଏବଂ ଆରସିବି ମଧ୍ୟରେ ହୋଇଥିବା ମୁକାବିଲାର ମଜା ଉଠାଇଛନ୍ତି।
ମୁକେଶ ଅମ୍ବାନୀ କ’ଣ ୬୦୦୦ କୋଟି ରୋଜଗାର କଲେ: ସାଧାରଣତଃ ଆଇପିଏଲ ମ୍ୟାଚ ସମୟରେ ୧୦ ସେକେଣ୍ଡର ଆଡ୍ ଦେଖିବା ଲାଗି ୧୮ରୁ ୧୯ ଲକ୍ଷ ଟଙ୍କା ଚାର୍ଜ କରାଯାଇଥାଏ। ହେଲେ ଚଳିତ ବର୍ଷ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ମିଡିଆ ରିପୋର୍ଟସରେ ଦାବି କରାଯାଇଥିଲା ଯେ, ଏଥିରେ ୨୦ରୁ ୩୦ ପ୍ରତିଶତ ବୃଦ୍ଧି ହୋଇଛି।
ତେବେ ଆଇପିଏଲ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏହି କଥାର ଚର୍ଚ୍ଚା ହେଉଥିଲା ଯେ, ଚଳିତ ବର୍ଷ ମୁକେଶ ଅମ୍ବାନୀ ଆଇପିଏଲ ମ୍ୟାଚ ସମୟରେ ବିଜ୍ଞାପନ ଦେଖାଇ ୬୦୦୦କୋଟି ଟଙ୍କା ରୋଜଗାର କରିବେ।
ହେଲେ ଏପର୍ଯ୍ୟନ୍ତ ସେମିତି କିଛି ରିପୋର୍ଟ ଆସିନି, ମୁକେଶ ଅମ୍ବାନୀ କେତେ ଆଇପିଏଲରୁ ରୋଜଗାର କରିଛନ୍ତି। କିନ୍ତୁ ଏହା ଅନୁମାନ କରାଯାଉଛି ଯେ, ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ରୋଜଗାର କରିଥିବେ ମୁକେଶ ଅମ୍ବାନୀ। କାରଣ ଚଳିତବର୍ଷର ଦର୍ଶକ ସଂଖ୍ୟା ଖୁବ୍ ବୃଦ୍ଧି ପାଇଛି।