fbpx

ରୋୟଲ ଯୁଦ୍ଧରେ ବାଜି ମାରିଲା ଆରସିବି: କାର୍ତ୍ତିକ-ଶହବାଜଙ୍କ ପାଳି ଆଗରେ ଫେଲ ମାରିଲା ବଟଲରଙ୍କ ଅର୍ଦ୍ଧଶତକ

Advertisement

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି । ୱିକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ୪୪ ଏବଂ ଶହବାଜ ଅହମ୍ମଦଙ୍କ ଧୂଆଁଧାର ପାଳି ଫଳରେ ଏହି ମ୍ୟାଚକୁ ଜିତି ୨ ପଏଣ୍ଟ ହାସଲ କରିଛି ବାଙ୍ଗାଲୋର । ଆରସିବି ଏହି ରୋମାଞ୍ଚକର ମ୍ୟାଚକୁ ଶେଷ ଓଭରର ପ୍ରଥମ ବଲରେ ଛକା ମାରି ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚର ହିରୋ ସାଜିଛନ୍ତି ଦୀନେଶ କାର୍ତ୍ତିକ ।

IPL 2022, RR vs RCB Live Score: RCB close in on win after Karthik, Shahbaz counter punch | Hindustan Times

୧୭୦ ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲେ ଅଧିନାୟକ ଫାଫ ଡୁପ୍ଲେସିସ ଏବଂ ଅନୁଜ ରାୱତ । ସୁନ୍ଦର ଆରମ୍ଭ କରୁଥିବା ବେଳେ ଚହଲଙ୍କ ଯାଦୁରେ ଫିକା ପଡିଯାଇଥିଲେ ଫାଫ । ୨୦ ବଲରୁ ୨୯ ରନ କରି ପାଭିଲିୟନ ଫେରିବା ପରେ ଅନୁଜ ରାୱତ ମଧ୍ୟ ୨୬ ରନ କରି ଆଉଟ ହୋଇଥିଲେ । ତେବେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କଠାରୁ ଦଳ ଏକ ବଡ ସ୍କୋର ଆଶା କରୁଥିଲେ ମଧ୍ୟ ମାତ୍ର ୫ ରନରେ ରନ ଆଉଟ ହୋଇ ପାଭିଲିୟନ ଫେରିଥିଲେ ବିରାଟ । ରଦରଫୋର୍ଡ ମଧ୍ୟ ଖାତା ଖୋଲିବା ପୂର୍ବରୁ ବୋଲ୍ଟଙ୍କ ଶିକାର ହୋଇଥିଲେ । ଏହି ସମୟରେ ରାଜସ୍ଥାନର ବୋଲର ମ୍ୟାଚରେ କମବ୍ୟାକ କରାଇଥିଲେ । କିନ୍ତୁ ଏହାପରେ ଶହବାଜ ଅହମ୍ମଦ ଏବଂ ଦୀନେଶ କାର୍ତ୍ତିକ ଏକ ସୁନ୍ଦର ଭାଗିଦାରୀ କରି ବାଙ୍ଗାଲୋରକୁ ମ୍ୟାଚରେ ପୁଣି ଥରେ ଜୀବିତ କରିଥିଲେ । ୨୬ ବଲରୁ ୩ ଛକା ଏବଂ ୪ ଚୌକା ସହ ୪୫ ରନ କରି ୧୮ତମ ଓଭରରେ ବୋଲ୍ଟଙ୍କର ଶିକାର ହୋଇଥିଲେ ଶହବାଜ ଅହମ୍ମଦ । ଅନ୍ୟ ପକ୍ଷରେ ଦୀନେଶ କାର୍ତ୍ତିକ ରହି ଦଳକୁ ବିଜୟ ପର୍ଯ୍ୟନ୍ତ ଆଣିଥିଲେ । ତେବେ ରାଜସ୍ତାନ ପକ୍ଷରୁ ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ଯଶସ୍ୱୀ ଜଏସ୍ୱାଲ । ପ୍ରଥମ ବଲରେ ହର୍ଷଲ ପଟେଲ ଏକ ଲମ୍ବା ଛକା ମାରି ଦଳକୁ ବିଜୟ ଭେଟି ଦେଇଛନ୍ତି ।

ରାଜସ୍ତାନ ପକ୍ଷରୁ ୪୭ ବଲରୁ ୬ଟି ଛକା ସହ ୭୦ ରନ କରିଥିଲେ ଜୋସ ବଟଲର । ଏହା ପରେ ଦେବଦତ୍ତ ପାଡକଲଭ୍କ ୩୭ ଏବଂ ହେଟମାୟାରଙ୍କ ୪୨ ରନ ପାଳି ସହାୟତାରେ ଆରସିବିକୁ ୧୭୦ ରନର ଏକ ବିଶାଳ ଲକ୍ଷ୍ୟ ଦେଇଥିଲା ରାଜସ୍ଥାନ । ତେବେ ଶେଷ ଓଭର ଯଶସ୍ୱୀ ଜଏସ୍ୱାଲଭ୍କୁ ଦେଇଥିଲେ ଅଦିନାୟକ ସଞ୍ଜୁ ସାମସନ । ପ୍ରଥମ ବଳରେ ଛକା ମାରି ଏହି ଲକ୍ଷ୍ୟ ହାସଲ କରି ଦଳକୁ ବିଜୟ ଉପହାର ଦେଇଛନ୍ତି ହର୍ଷଲ ପଟେଲ । ସେପଟେ ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୩୪ ରନ ବ୍ୟୟ କରି ୨ଟି ୱିକେଟ ହାସଲ କରିଥିବା ବେଳେ ଚହଲ ୧୫ ରନ ଦେଇ ୨ ୱିକେଟ ଅକ୍ତିଆର କରିଛନ୍ତି । ତେବେ ମହଙ୍ଗା ସାବ୍ୟସ୍ତ ହୋଇଥିବା ପ୍ରସିଦ୍ଧ କ୍ରୀଷ୍ଣା ଏବଂ ରବିଚନ୍ଦ୍ରନ ଅଶ୍ୱୀନଙ୍କ ସହ ନବଦୀପ ସୈନୀଙ୍କ ୱିକେଟ ଖାତା ଖାଲି ପଡିଛି ।

Get real time updates directly on you device, subscribe now.