fbpx

ଟିକେଟକୁ ନେଇ ମହାରଥୀ ପରିବାରରେ ଝଡ଼: ଜାଣନ୍ତୁ କଣ କହିଲେ ଅସନ୍ତୁଷ୍ଟ ପ୍ରତିଭା

ଭୁବନେଶ୍ୱର, ୨୭ା୩ (ଓଡିଶା ଭାସ୍କର): ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ତାଙ୍କର ଉତ୍ତରାଧିକାରୀ କିଏ ହେବ, ସେନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହି ଦୌଡ଼ରେ ପ୍ରଦୀପଙ୍କ ଧର୍ମପତ୍ନୀ ପ୍ରତିଭା ଓ ପୁଅ ରୁଦ୍ରଙ୍କ ନାମ ସର୍ବାଗ୍ରେ ରହିଥିଲା । ପରିଶେଷରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗତକାଲି ରୁଦ୍ରଙ୍କୁ ପିପିଲି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ।

ତେବେ ରୁଦ୍ରଙ୍କୁ ପିପିଲି ପାଇଁ ଟିକେଟ ମିଳିବା ପରେ ପ୍ରତିଭା ଅସନ୍ତୁଷ୍ଟ ଥିବା ଖବର ମିଳିଥିଲା । ଫଳରେ ବିଜେଡିର ଏକ ୫ ଜଣିଆ ଟିମ୍ ତାଙ୍କୁ ବୁଝାଇବାକୁ ଯାଇଥିଲେ । ପ୍ରତିଭା କହିଥିଲେ ଯେ- ସେ ଯାହା କହିବେ ଗଣମାଧ୍ୟମକୁ ଡାକି କହିବେ । ତେବେ ପ୍ରତିଭା ଆଜି ନିଜ ପ୍ରତିକ୍ରିୟା ରଖିବା ପାଇଁ ନିଜ ଫାର୍ମ ହାଉସରେ ସାମ୍ବାଦିକ ସମ୍ମିଳନୀ କରିବାର ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ଗତକାଲି ପ୍ରାର୍ଥୀ ଘୋଷଣା ପରେ ରୁଦ୍ର କହିଥିଲେ ଯେ- ବାପା-ମା ଓ ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦରୁ ତାଙ୍କୁ ଏହି ସୁଯୋଗ ମିଳିଛି । ମା’ଙ୍କ ଆଶିର୍ବାଦ ତାଙ୍କ ସହ ସବୁବେଳେ ରହିଛି । ସେ ପିପିଲି-ଡେଲାଙ୍ଗବାସୀ ସେବା କରିବା ସହ ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଥିଲେ ।

Get real time updates directly on you device, subscribe now.