fbpx

କଙ୍ଗନାଙ୍କୁ ଥାପ୍ପଡ ମାରିବା ଘଟଣା: କୁଲବିନ୍ଦର କୌରଙ୍କ ଉପରେ ନିଆଯିବ କି ବଡ କାର୍ଯ୍ୟାନୁଷ୍ଠାନ?

ନୂଆଦିଲ୍ଲୀ: ହିମାଚଳ ମଣ୍ଡି ଆସନରୁ ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଥାପ୍ପଡ ମାରିଥିବା CISF ମହିଳା କନଷ୍ଟେବଲ କୁଲବିନ୍ଦର କୌରଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କୁଲବିନ୍ଦର କୌରଙ୍କ ବିରୁଦ୍ଧରେ ଏଫଆଇଆର୍ ରୁଜୁ କରାଯାଇଛି । ତେବେ ଏ ପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ଗିରଫ କରାଯାଇନାହିଁ । ପୁରା ମାମଲାର ଯାଞ୍ଚ ପାଇଁ ଦିଲ୍ଲୀରୁ CISF ଡିଆଇଜି ବିନୟ କୁମାର କାଜଲା ଚଣ୍ଡୀଗଡ ବିମାନବନ୍ଦରରେ ପହଞ୍ଚିଛନ୍ତି ଯିଏକି ପୁରା ମାମଲାର ଯାଞ୍ଚ କରୁଛନ୍ତି । ପୁରା ମାମଲାର ଯାଞ୍ଚ ପରେ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଏ ସଂପର୍କରେ ରିପୋର୍ଟ ପ୍ରଦାନ କରିବେ ।

ମିଳିଥିବା ସୂଚନା ଅନୁସାରେ କୁଲବିନ୍ଦର କୌରଙ୍କ ବିରୁଦ୍ଧରେ ଆଇପିସି ଧାରା ୩୨୩(ଜାଣିଶୁଣି ଆଘାତ ପହଞ୍ଚାଇବା), ୩୪୧(ଭୁଲ୍ ତରିକାରେ ଅଟକାଇବା ଲାଗି ସଜା) ଅଧୀନରେ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.