fbpx

ଫୁଟବଲର ବଡ ପ୍ରଶଂସକ, ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ କେମିତି କଷ୍ଟ କରିଥିଲେ, ବଖାଣିଲେ ଅନୁଭୂତି

ନୂଆଦିଲ୍ଲୀ: ବିଶ୍ଵର ସବୁଠୁ ସର୍ବାଧିକ ଲୋକପ୍ରିୟ ଖେଳ ହେଉଛି ଫୁଟବଲ୍। ଏହାର ୯୦ ମିନିଟର ଖେଳ ପୂରା ଦୁନିଆକୁ ବାନ୍ଧି ରଖିଥାଏ। ସେ ପ୍ରତିଷ୍ଠିତ କ୍ଲବ୍ ଟୁର୍ଣ୍ଣାମେଣ୍ଟ ହେଉ କି ବିଶ୍ଵ କପ୍। ଏହି ଖେଳର ଅନୁଭୂତି ବେଶ ନିଆରା। ତେଣୁ ମ୍ୟାଚରେ ଖେଳାଳି ବି ବହୁତ ଚାପରେ ରହିଥାନ୍ତି। ଭାରତ ପରି କ୍ରିକେଟ୍ ପ୍ରିୟ ଖେଳରେ ଫୁଟବଲର ବି ଏମିତି ପ୍ରଶଂସକ ଅଛନ୍ତି ଯିଏ ନିଜ ପସନ୍ଦର ଦଳ ଏବଂ ଖେଳାଳିଙ୍କୁ ଦେଖିବା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ଏମିତି ଜଣେ ପ୍ରଶଂସକ ଅଛନ୍ତି ଯିଏ ନିଜର ଅନୁଭୂତି ବଖାଣିଛନ୍ତି।
ଏମିତି ଜଣେ ପ୍ରଶଂସକ ହେଉଛନ୍ତି ୨୪ ବର୍ଷୀୟ ମୁମ୍ବାଇର ସାଇ ମୋହନ। ସେ ସାଣ୍ଟିଆଗୋ ବର୍ଣ୍ଣବ୍ୟୁରେ ନିଜର ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି, ୨୦୨୦ ମାର୍ଚ୍ଚ ୩ରେ ଏଲ କ୍ଲାସିକୋଙ୍କୁ ପ୍ରଥମେ ଦେଖିଥିଲି। ମୋତେ ମ୍ୟାଦ୍ରିଦ ଯିବାର ଛଅ ମାସ ହୋଇଥିଲା। ଆଉ ମୁଁ ସେଠାରେ କ୍ଲାସିକୋଙ୍କୁ ଦେଖିଥିଲି। ମୁଁ ତାଙ୍କ ମ୍ୟାଚ୍ ଦେଖିବା ପାଇଁ ଟିକେଟ୍ ଲାଗି ବହୁତ ଉଦ୍ୟମ କରିଥିଲି। ହେଲେ କେଇ ମିନିଟରେ ସମସ୍ତ ଟିକେଟ୍ ବିକ୍ରି ହୋଇ ଯାଇଥିଲା। ଦାମ ବି ବହୁତ ଅଧିକ ଥିଲା।

ରିଏଲ ମ୍ୟାଦ୍ରିଦର ମ୍ୟାଚ୍ ସ୍ଥାନୀୟ ସମୟ ଅନୁସାରେ ରାତି ୯ଟାରେ ଆରମ୍ଭ ହେବାର ଥିଲା। ପ୍ରାୟ ୮ଟା ୨୦ରେ ମୋତେ ଅଚାନକ ଓ୍ଵେବ୍ ସାଇଟ୍ ଓ୍ଵାନ ଟିକେଟରୁ ଗୋଟିଏ ଟିକେଟ୍ ମିଳିଥିଲା। ଦାମ ଦେଖି ମୁଁ ନିଜକୁ ବିଶ୍ଵାସ କରି ପାରିନଥିଲି। ଟିକେଟ୍ ଧରିଲି ଏବଂ ଷ୍ଟାଡିୟମର ଗୋଟିଏ କୋଣରେ ପତାକା ନେଇ ବସି ପଡିଥିଲି। ସେହି ସମୟରେ ମୁଁ ମୋର ସମସ୍ତ ଯନ୍ତ୍ରଣା ଭୁଲି ସାରିଥିଲି। ୨୦୨୦ ଫେବୃଆରୀରେ ଫୁଟବଲ ଖେଳିବା ସମୟରେ ଆଘାତ ଲାଗିଥିଲା। ଦୌଡିବା କଷ୍ଟକର ଥିଲା। ତଥାପି ମ୍ୟାଚରେ ନିଜ ପ୍ରିୟ ଖେଳାଳିଙ୍କୁ ଦେଖିବାର ନିଶାରେ ସବୁ ଭୁଲି ଯାଇଥିଲି ବୋଲି ସାଇ ମୋହନ କହିଛନ୍ତି।

ସେ କହିଛନ୍ତି ମୁଁ ଟିକେଟ୍ ପାଇବା ପରେ ବର୍ଣ୍ଣବ୍ୟୁ ଆଡକୁ ଦୌଡିଥିଲି କାରଣ ଷ୍ଟାଡିୟମ ପ୍ରାୟ ୧.୪ କିଲୋମିଟର ଦୂରରେ ଥିଲା। ମୁଁ ଉଦଘାଟନୀ ସମାରୋହରେ ସାମିଲ୍ ହୋଇ ପାରିଥିଲି। ନିଜ ଆସନରେ ପହଞ୍ଚିବା ପରେ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲି। ୪୦ ମିଟର ଦୂରରୁ ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବାର ସୌଭାଗ୍ୟ ପାଇଥିଲି। ମ୍ୟାଚ୍ ବେଶ ରୋମାଞ୍ଚକର ଥିଲା ବୋଲି ସେ କହିଛନ୍ତି। ଏହିପରି ସେ ନିଜ ପ୍ରିୟ ଖେଳାଳିଙ୍କ ଖେଳ ଦେଖି ପାରିଥିଲେ।

Get real time updates directly on you device, subscribe now.