fbpx

୩୧ ଜୁଲାଇ ସୁଦ୍ଧା ଏହି ୫ଜି ଫୋନ୍ ଉପରେ ୭ ହଜାର ଟଙ୍କା ରିହାତି ସହିତ ମାଗଣା ଉପହାର, ଜଲଦି କିଣନ୍ତୁ

Advertisement

ନୂଆଦିଲ୍ଲୀ: ଋିଅଲମି ୱେବସାଇଟରେ ଏକ ଧମାକାଦାର ସୁପର ପ୍ରାଇସିଂ ଡିଲ୍ ଏବେ ଲାଇଭ୍ ହେଉଛି । ଏହି ଡିଲ୍ ରେ ଆପଣ କମ୍ପାନୀର ଲୋକପ୍ରିୟ ୫ଜି ସ୍ମାର୍ଟଫୋନ୍ ରିଅଲମି ୯ ପ୍ରୋ + ୫ଜିକୁ ବମ୍ପର ଡିସକାଉଣ୍ଟ ସହିତ କ୍ରୟ କରିପାରିବେ । ୮ ଜିବି +୨୫୬ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ବିଶିଷ୍ଟ ଏହି ଫୋନ୍ ର ଦାମ୍ (ଏମଆରପି) ରହିଛି ୨୮,୯୯୯ ଟଙ୍କା । କିନ୍ତୁ ଡିଲ୍ ରେ ଆପଣ ୬ ହଜାର ଟଙ୍କା ଡିସକାଉଣ୍ଟ ପରେ ୨୨, ୯୯୯ ଟଙ୍କାରେ କିଣିପାରିବେ । ବ୍ୟାଙ୍କ ଅଫରରେ ଏହାକୁ ଆପଣ ଆହୁରି ୧ ହଜାର ଟଙ୍କା କମ୍ କରି କିଣିପାରିବେ । ଏହି ଦୁଇ ଅଫର ସହିତ ଫୋନ୍ ରେ ଆପଣଙ୍କୁ ଟୋଟାଲ ୭ ହଜାର ଟଙ୍କା ଡିସକାଉଣ୍ଟ ମିଳିବ । ଫୋନ୍ ସହିତ କମ୍ପାନୀ ଆପଣଙ୍କୁ ୯୯୯ ଟଙ୍କାର କୁଲିଂ କ୍ଲିପ୍ସ ନିଓ ମଧ୍ୟ ପ୍ରଦାନ କରିବ । ତେବେ ଏହି ଅଫର ୩୧ ଜୁଲାଇ ପର୍ଯ୍ୟନ୍ତ ରହିଛି ।

ଏହି ଫୋନ୍ ୮ଜିବି ରାମ୍ ଓ ୨୫୬ ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍ ଅପ୍ସନ ସହ ଆସିଥାଏ । ପ୍ରୋସେସର ରୂପରେ ଏଥିରେ ଏଆରଏମ ମାଲି – ଜି୬୮ ଏମସି୪ ଜିପିୟୁ ସହିତ ମିଡିଆଟେକ୍ ଡାଇମେନସିଟି ୯୨୦ ୫ଜି ଚିପସେଟ୍ ଦିଆଯାଇଛି । ଏହି ୫ଜି ଫୋନ୍ ରେ ଆପଣଙ୍କୁ ୨୪୦୦ ଗୁଣନ ୧୦୮୦ ପିକ୍ସେଲ ରିଜୋଲ୍ୟୁସନ ସହିତ ୬.୪ ଇଞ୍ଚର ସୁପର ଏମୋଲେଡ୍ ଡିସପ୍ଲେ ମିଳିଯିବ । ଫୋନ୍ ରେ ଡିସପ୍ଲେ ପ୍ରୋଟେକ୍ସନ ଲାଗି କର୍ଣ୍ଣିଙ୍ଗ ଗରିଲା ଗ୍ଲାସ ୫ ମଧ୍ୟ ଦିଆଯାଇଛି ।

ଫଟୋଗ୍ରାଫି ଲାଗି ଫୋନ୍ ରେ ଏଲଇଡି ଫ୍ଲାଶ ସହିତ ୩ଟି କ୍ୟାମେରା ଦିଆଯାଇଛି । ଏଥିରେ ୫୦ ମେଗାପିକ୍ସେଲ ମୁଖ୍ୟ କ୍ୟାମେରା ସହିତ ୨ ମେଗାପିକ୍ସେଲର ମାକ୍ରୋ ଲେନ୍ସ ଓ ୮ ମେଗାପିକ୍ସେଲର ଅଲଟ୍ରା ୱାଇଡ୍ ଆଙ୍ଗେଲ ଲେନ୍ସ ରହିଛି । ସେଲଫି ଲାଗି ଫୋନ୍ ରେ ୧୬ ମେଗାପିକ୍ସେଲ ଇନ ଡିସପ୍ଲେ ସେଲଫି କ୍ୟାମେରା ଦେଖିବାକୁ ମିଳିବ । ଫୋନରେ ୪୫୦୦ ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି ଯାହା ୬୦ ୱାଟ୍ ସୁପରଡାର୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ ।

 

Get real time updates directly on you device, subscribe now.