fbpx

ମଙ୍ଗଳବାର କରନ୍ତୁ ଏହି ଉପାୟ, ହନୁମାନଜୀ କରିବେ ଆପଣଙ୍କ ରକ୍ଷା

ଓଡ଼ିଶା ଭାସ୍କର: ହନୁମାନଜୀଙ୍କୁ ଅଞ୍ଜନୀପୁତ୍ର, ବାୟୁପୁତ୍ର, ବଜରଙ୍ଗବାଲୀ, ମାରୁତି, ସଂକଟମୋଚନ, କେଶରୀନନ୍ଦନ ସହିତ ବିଭିନ୍ନ ନାମରେ ଆମେ ଜାଣୁ । ମାନ୍ୟତା ରହିଛି କି ଯେଉଁ ବ୍ୟକ୍ତି ଉପରେ ହନୁମାନଜୀଙ୍କ ଦୟା ରହିଥାଏ ତାଙ୍କ ଜୀବନରେ ସଂକଟ କମ୍ ହୋଇଯାଇଥାଏ ଓ ସର୍ବଦା ସୁଖ ଶାନ୍ତି ବଜାୟ ରହିଥାଏ । ମଙ୍ଗଳବାର ଦିନ ହନୁମାନଜୀଙ୍କୁ ପୂଜା ଓ ପ୍ରସନ୍ନ କରିବାର ସର୍ବଶ୍ରେଷ୍ଠ ଦିନ ହୋଇଥାଏ ।

ମଙ୍ଗଳବାର ଦିନ ହନୁମାନଜୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଶକ୍ତିଶାଳୀ ବଜରଙ୍ଗ ବାଣ ପାଠ କରିପାରିବେ । ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଶ୍ରଦ୍ଧା ଭାବ ସହିତ ବଜରଙ୍ଗ ବାଣ ପାଠ କରିଥାଏ ତାଙ୍କ ଜୀବନରୁ ସମସ୍ତ ସଂକଟ ଦୂର ହୋଇଥାଏ ଓ ଗ୍ରହଦୋଷରୁ ମୁକ୍ତି ମିଳିଥାଏ । ଏହା ବ୍ୟତିତ ଯଦି ଆପଣଙ୍କ ବିବାହରେ ବାଧା ସୃଷ୍ଟି ହେଉଛି ତେବେ ଆପଣ ଏହା ପାଠ କରିପାରିବେ । ତେବେ ଏହା ପାଠ କରିବା ପାଇଁ ଆପଣଙ୍କୁ କିଛି ନିୟମ ପାଳନ କରିବାକୁ ହେବ ଅନ୍ୟଥା ଆପଣଙ୍କୁ ଏହାର ପୂର୍ଣ୍ଣ ଫଳ ପ୍ରାପ୍ତ ହେବ ନାହିଁ ।

ମଙ୍ଗଳବାରରୁ ହିଁ ଏହା ପାଠ କରିବା ଆରମ୍ଭ କରନ୍ତୁ:

ଶାସ୍ତ୍ର ଅନୁସାରେ ବଜରଙ୍ଗ ବାଣ ପାଠ କରିବା ମଙ୍ଗଳବାର ଦିନରୁ ହିଁ ଆରମ୍ଭ କରନ୍ତୁ । ଏହିଦିନ ଆରମ୍ଭ କରିବା ଦ୍ୱାରା ଭଲ ପରିଣାମ ମିଳିଥାଏ ।

ହନୁମାନ ଚାଳିଶା ପାଠ କରନ୍ତୁ:

ବଜରଙ୍ଗ ବାଣ ପାଠ କରିବା ପରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହାଦ୍ୱାରା ମନଚାହିଁ ଫଳ ମିଳିଥାଏ ।

ଲଗାତର ୪୧ ଦିନ ଯାଏ କରନ୍ତୁ:

ଜ୍ୟୋତିଷବିଦ୍‌ଙ୍କ ଅନୁସାରେ ବଜରଙ୍ଗ ବାଣ ପାଠ ଲଗାତର ୪୧ ଦିନ ପର୍ଯ୍ୟନ୍ତ କରିବା ଶୁଭ ହୋଇଥାଏ । ୪୧ ଦିନ ଲାଗି ଆପଣ ପାଠ ଆରମ୍ଭ କଲେ ମଝିରେ ଛାଡିବା ଅନୁଚିତ ।

ପବିତ୍ରତା ରକ୍ଷା କରିବେ: ଏହା ପାଠ କରିବା ସମୟରେ ପବିତ୍ରତା ରକ୍ଷା କରିବା ଅତ୍ୟନ୍ତ ଜରୁରୀ । ଆପଣ ଏହି ସମୟରେ ତାମସିକ ଭୋଜନ କରିବା ଅନୁଚିତ । ସାତ୍ତି୍ୱକ ଭୋଜନ ହିଁ ଗ୍ରହଣ କରିବା ଉଚିତ ।

ଲାଲ୍ ବସ୍ତ୍ର ପିନ୍ଧନ୍ତୁ: ବଜରଙ୍ଗ ବାଣ ପାଠ କରିବା ସମୟରେ ଲାଲ୍ ବସ୍ତ୍ର ଧାରଣ କରନ୍ତୁ । ପ୍ରଭୁଙ୍କର ଲାଲ୍ ବସ୍ତ୍ର ବହୁତ ପ୍ରିୟ ।

ପ୍ରଭୁ ରାମ ଓ ସୀତାଙ୍କ ଧ୍ୟାନ କରନ୍ତୁ: ବଜରଙ୍ଗ ବାଣ ପାଠ କରିବା ସମୟରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କ ଆରାଧନା କରନ୍ତୁ । ଏହାପରେ ପ୍ରଭୁ ରାମ ଓ ମାତା ସୀତାଙ୍କ ଧ୍ୟାନ କରନ୍ତୁ ।

Get real time updates directly on you device, subscribe now.