fbpx

ଓଡ଼ିଶାରେ ରେକର୍ଡ ବ୍ରେକ୍ ଭ୍ୟାକ୍ସିନେସନ୍,୧ କୋଟି ଟପିଲା ଟିକାକରଣ: ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ସୁଦ୍ଧା କୋଟିଏରୁ ଅଧିକ ଡୋଜ୍‌ କୋଭିଡ୍‌ ଟିକା ଦିଆଯାଇ ସାରିଲାଣି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବରିଷ୍ଠ ନାଗରିକ ଓ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି । ରାଜ୍ୟରେ ଟିକାକରଣର ରେକର୍ଡକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଅନେକ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ତ୍ୱରିତ ଟିକାକରଣକୁ ସୁନିଶ୍ଚିତ କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

 

କୋ-ୱିନ୍‌ ପୋର୍ଟଲରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଏଯାବତ୍‌ ୧ କୋଟି ୧ ଲକ୍ଷ ୩ ହଜାର ୬୦୭ ଡୋଜ୍‌ କୋଭିଡ୍‌ ଟିକା ଦିଆଯାଇଛି । ପ୍ରଥମ ଡୋଜ୍‌ ଭାବେ ୮୨ ଲକ୍ଷ ୬୯ ହଜାର ୨୨୩ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୧୮ ଲକ୍ଷ ୩୪ ହଜାର ୩୮୪ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି । ରାଜ୍ୟର ୧୫୬୫ଟି ସରକାରୀ ଡାକ୍ତରଖାନା ସହ ୩୭ ଘରୋଇ ମେଡିକାଲ୍‌ରେ ଟିକାକରଣ କରାଯାଉଛି । ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିଲା ଟିକାକରଣ ।

Get real time updates directly on you device, subscribe now.