fbpx

ଓଡ଼ିଶା ପୋଲିସରେ SI ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ , ୧୫ ଜୁଲାଇ ରହିଛି ଡେଡ଼ଲାଇନ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି ଓଡ଼ିଶା ପୋଲିସ । ବର୍ତ୍ତମାନ ସୁଦ୍ଧା ୨୮୩୧ ପ୍ରାର୍ଥୀ ରେଜିଷ୍ଟ୍ରେସନ କରିବା ସହ ୭୭୨ ଜଣ ଆବେଦନ କରିସାରିଛନ୍ତି ।

ତେବେ ଏସଆଇ ପଦବୀ ପାଇଁ ଆବେଦନର ଶେଷ ତାରିଖ ୧୫ ଜୁଲାଇ ୨୦୨୧ ରହିଛି । କିନ୍ନରମାନେ ମଧ୍ୟ ଏସଆଇ ପଦବୀ ପାଇଁ ଆବେଦନ କରିପାରିବେ । ଏସଆଇ ପଦବୀ ପାଇଁ ଅନଲାଇନରେ ପରୀକ୍ଷା ହେବ । ୬ ଅଗଷ୍ଟରୁ ୧୬ ଅଗଷ୍ଟ ମଧ୍ୟରେ ପରୀକ୍ଷା ହେବ ବୋଲି କୁହାଯାଇଛି । ପୋଲିସର ବୈଷୟିକ କ୍ଷେତ୍ରରେ ନବନିଯୁକ୍ତ ଏସଆଇ କାମ କରିବେ । ଏଥିପାଇଁ କେବଳ ଲିଖିତ ପରୀକ୍ଷା ହେବ, କୌଣସି ମୌଖିକ ପରୀକ୍ଷା ହେବନାହିଁ । ଏନେଇ ଏଡିଜେ ଆଇନ ଶୃଙ୍ଖଳା ଯଶବନ୍ତ ଜେଠୱା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.