fbpx

ଆସିଲା ନିଯୁକ୍ତି : NERରେ ଖାଲି ପଡିଛି 1104ଟି ପଦବୀ, ITI ପାସ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

Advertisement

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ରେଳ ବିଭାଗରେ ଖାଲି ପଡିଛି ଅନେକ ପଦବୀ । ଭାରତୀୟ ରେଳ ବିଭାଗ ଆପ୍ରେଣ୍ଡିସ ଅଧୀନରେ 1104ଟି ପଦବୀର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଇଚ୍ଛୁକ ଥିବା ପ୍ରାର୍ଥୀ ରେଳ ବିଭାଗର ୱେବସାଇଟ ner.indianrailways.gov.in କୁ ଯାଇ ଆବେଦନ କରି ପାରିବେ । ଏହାକୁ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ 2, 2023 ପର୍ଯ୍ୟନ୍ତ ରହିଛି ।

ଇଚ୍ଛୁକ ପ୍ରାର୍ଥୀ ଉତ୍ତର-ପୂର୍ବ ରେଳ ଆପ୍ରେଣ୍ଡିସ ନିଯୁକ୍ତିରେ ଏକ ବର୍ଷ ପାଇଁ ଆପ୍ରେଣ୍ଡିସ ଟ୍ରେନିଂ ନେବାକୁ ପଡିବ । ଏହାପରେ ନିୟମ ଅନୁଯାୟୀ ସେମାନଙ୍କୁ ଦରମା ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଆପ୍ରେଣ୍ଡିସ ଇଣ୍ଡିଆର ଅଫିସିଆଲ ୱେବସାଇଟ apprenticeshipindia.gov.inରେ ରେଜିଷ୍ଟ୍ରସନ କରିବାକୁ ହେବ ।

ଯୋଗ୍ୟତା : ପ୍ରାର୍ଥୀ ସର୍ବନିମ୍ନ 50% ମାର୍କ ସହ ଦଶମ ପାସ କରିଥିବା ଜରୁରୀ । ଏହା ସହିତ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ITIରେ ଉତ୍ତୀର୍ଣ ହୋଇଥିବା ଆବଶ୍ୟକ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା 15 ରୁ 24 ବର୍ଷ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ଉଭୟ ମ୍ୟାଟ୍ରିକ ଏବଂ ଆଇଟିଆଇ ପାଠ୍ୟକ୍ରମରେ ପ୍ରାର୍ଥୀ ହାରାହାରି ଶତକଡ଼ା 50% ମାର୍କରେ ଉତ୍ତୀର୍ଣ ହୋଇଥିବା ଆବଶ୍ୟକ ।

କିପରି କରିବେ ଆବେଦନ :

. ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ ner.indianrailways.gov.inକୁ ଯାଇ ଆବେଦନ କରି ପାରିବେ ।

. ବୟସ ପ୍ରମାଣ ପତ୍ର ଏବଂ ଏକ ଫଟୋ କପି ଅପଲୋଡ଼ କରି ଫର୍ମ ପୁରାଣ କରନ୍ତୁ ।

. ଏହାକୁ ସବମିଟ କରିବା ପରେ, ରେଫେରେନ୍ସ ପାଇଁ କନଫର୍ମେଶନ ପେଜ ଡାଉନଲୋଡ କରନ୍ତୁ ।

Get real time updates directly on you device, subscribe now.