ପାଣିପାଗ ବିଭାଗର ସତର୍କ ଘଣ୍ଟି: ଏହି ୨ ଜିଲ୍ଲାର ଲୋକ ରୁହନ୍ତୁ ସତର୍କ

ଭୁବନେଶ୍ୱର: ମୟୁରଭଞ୍ଜ, କେନ୍ଦୁଝରରେ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ପ୍ରବଳ ବର୍ଷା ନେଇ ୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ କ୍ରମଶଃ ବୃଦ୍ଧି ପାଇବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସେହିପରି ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ଦିନ ହେବ ରାଜ୍ୟରେ ବର୍ଷା ଜାରି ରହିଛି । ତୁହାକୁ ତୁହା ବର୍ଷା ହେବା ସହ ସାଧାରଣ ଲୋକଙ୍କ ଗମନାଗମନା ବାଧାପ୍ରାପ୍ତ ହୋଇଥିବା ଲକ୍ଷ୍ୟ କରାଯାଇଛି ।