fbpx

Big Breaking; ହଟିବ ରେଡ୍ ଲାଇଟ୍, ଲାଗିବ ବିକଳ୍ପ ବ୍ୟବସ୍ଥା: ଟ୍ରାଫିକ ଝାମେଲାରୁ ମିଳିବ ମୁକ୍ତି

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇବେ ଜନତା । ଏଣିକି ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍ ଲାଇଟ୍ । ଏହା ପରିବର୍ତ୍ତେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଓଭର ବ୍ରିଜ, ଆପ୍ରୋଚ ରୋଡ ପରି ବିଭିନ୍ନ ବ୍ୟବସ୍ଥା ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଏ ନେଇ ଖୁବଶୀଘ୍ର ବିଭାଗୀୟ ସ୍ତରୀୟ ଆଲୋଚନା ହେବ ଏବଂ ଏହା ଉପରେ ନିଷ୍ପତ୍ତି ନିଆଯିବ ।

ରେଡ୍ ଲାଇଟ ଯୋଗୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡ଼ି ଅଟକି ରହୁଥିବା ବେଳେ ଟ୍ରାଫିକ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାବ୍ୟତୀତ ସାଧାରଣ ଜନତାଙ୍କୁ ଏହି ଟ୍ରାଫିକ ଯୋଗୁଁ ଖରା-ବର୍ଷା ଇତ୍ୟାଦି ଅନେକ ସମସ୍ୟା ଭୋଗିବାକୁ ପଡ଼ୁଛି । ତେଣୁ ଏହି ରେଡ୍ ଲାଇଟ୍ ବ୍ୟବସ୍ଥା ହଟାଇ ବିକଳ୍ପ ବ୍ୟବସ୍ଥା ଲାଗୁ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି ।

ଅନ୍ୟପଟେ ଟ୍ୱିନ ସିଟିରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ ଇତ୍ୟାଦି ଚାଲୁ ରହିବ । ରାଜ୍ୟ ବଜେଟ ପରେ ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ । କିନ୍ତୁ ଡବଲ ଇଞ୍ଜିନ ସରକାର ନିଶ୍ଚିତ ଭାବରେ ଓଡ଼ିଶାକୁ ସହଯୋଗ କରିବ ଏବଂ ସାଢେ ୩ କୋଟି ଓଡ଼ିଆଙ୍କ ସ୍ୱାର୍ଥ ଉପରେ କାମ କରିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ତେବେ ଏ ନେଇ କାମ କିଭଳି ତ୍ୱରାନ୍ୱିତ ହୋଇପାରିବ, ସେ ସମ୍ପର୍କରେ ଖୁବଶୀଘ୍ର ଆଲୋଚନା କରାଯିବ ।

Get real time updates directly on you device, subscribe now.