ନୂଆଦିଲ୍ଲୀ: GST ନେଇ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି। GST କାଉନସିଲ ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ବୈଠକରେ କମିଲା GST ହାର।
ଏବେ କେବଳ GSTରେ ଦୁଇଟି ସ୍ଲାବ୍। ସାରା ଦେଶରେ କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବ। ଏହାସହ ୧୨% ଓ ୨୮% ସ୍ଲାବକୁ ବନ୍ଦ କଲେ କେନ୍ଦ୍ର ସରକାର।
ଏହି ସ୍ଲାବ ବା ନୂଆ ନିୟମ ସେପ୍ଟେମ୍ୱର ୨୨ ତାରିଖରୁ ଲାଗୁ ହେବାକୁ ନିଷ୍ପତ୍ତି ହୋଇଛି। GST କାଉନସିଲ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।