ଶ୍ରୀଲଙ୍କାରେ ଗୁଇନ୍ଦା ଜାହାଜକୁ ନେଇ ଚୀନ୍ ଓ ଭାରତୀୟ ଦୂତାବାସ ମଧ୍ୟରେ ବାକ୍ ଯୁଦ୍ଧ

ନୂଆଦିଲ୍ଲୀ: ଶନିବାର ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ କହିଛି ଯେ ଦ୍ୱୀପ ରାଷ୍ଟ୍ରର ଉତ୍ତର ପଡୋଶୀ ଦେଶ ଉପରେ ଚୀନ୍ ରାଷ୍ଟ୍ରଦୂତଙ୍କ ନିକଟରେ ଦେଇଥିବା ମନ୍ତବ୍ୟ ନିଜ ଦେଶର ତାଙ୍କ ଆଚରଣକୁ ଦର୍ଶାଉଛି। ଦୂତାବାସ କହିଛି ଯେ ଚୀନ୍ ଦୂତଙ୍କ ମୌଳିକ କୂଟନୈତିକ ଶୈଳୀ ଉଲ୍ଲଂଘନ କରିବା ଏକ ବ୍ୟକ୍ତିଗତ ଗୁଣ କିମ୍ବା ଏକ ବୃହତ ଜାତୀୟ ମନୋଭାବର ପ୍ରତିଫଳନ ହୋଇପାରେ।

“ଆମେ ଚୀନ୍ ରାଷ୍ଟ୍ରଦୂତଙ୍କ ମନ୍ତବ୍ୟ ଉପରେ ଧ୍ୟାନ ଦେଇଛୁ। ତାଙ୍କର ମୌଳିକ କୂଟନୈତିକ ଶୈଳୀ ଉଲ୍ଲଂଘନ ଏକ ବ୍ୟକ୍ତିଗତ ଗୁଣ ହୋଇପାରେ କିମ୍ବା ଏକ ବୃହତ ଜାତୀୟ ମନୋଭାବକୁ ପ୍ରତିଫଳିତ କରିପାରେ ବୋଲି ଦୂତାବାସ ଟ୍ୱିଟରରେ ଲେଖିଛନ୍ତି।

ଏହାସହ କୁହାଯାଇଛି ଯେ ଏକ ଉଚ୍ଚ କ୍ଷମତା ସମ୍ପନ ଗୁଇନ୍ଦା ଜାହାଜ ଭାରତର ପଡୋଶୀ ଦେଶକୁ ପରିଦର୍ଶନ ଏକ ଭୌଗୋଳିକ ପ୍ରସଙ୍ଗକୁ ଦର୍ଶାଉଛି। ଭାରତୀୟ ଦୂତାବାସର ଏହି ବିବୃତ୍ତି ଚୀନ୍ ଦୂତ କୀ ଜେନହୋଙ୍ଗଙ୍କ “ଦୂର କିମ୍ବା ନିକଟ” ଦେଶକୁ ସମାଲୋଚନା କରୁଥିବା ପୃଷ୍ଠଭୂମିରେ ଆସିଛି। ଯେଉଁଥିରେ ସେ କହିଥିଲେ ଯେ, ଶ୍ରୀଲଙ୍କାକୁ ପଡୋଶୀ ଦେଶ “ଅପମାନିତ” କରିଛି କିନ୍ତୁ ଚୀନ୍ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଶ୍ରୀଲଙ୍କାକୁ ସମର୍ଥନ କରୁଛି।

ତେବେ ଚୀନ୍ ଆନ୍ତର୍ଜାତୀୟ କ୍ଷେତ୍ରରେ ସର୍ବଦା ଶ୍ରୀଲଙ୍କାକୁ ସମର୍ଥନ କରୁଛି ବୋଲି ଚୀନ୍ କହିଥିଲା। ଏହା ସହିତ “ସାର୍ବଭୌମତ୍ୱ, ସ୍ୱାଧିନ ଏବଂ ଆଞ୍ଚଳିକ ଅଖଣ୍ଡତା ରକ୍ଷା ପାଇଁ ଚୀନ୍ ଅନ୍ତର୍ଜାତୀୟ ଫୋରମରେ ଶ୍ରୀଲଙ୍କାକୁ ସର୍ବଦା ସମର୍ଥନ କରିଆସୁଛି। ଅପରପକ୍ଷେ, ଦୂର କିମ୍ବା ନିକଟବର୍ତ୍ତୀ କେତେକ ଦେଶ ସର୍ବଦା ଶ୍ରୀଲଙ୍କାକୁ ଗାଳିଗୁଲଜ କରିବା ଏବଂ ଶ୍ରୀଲଙ୍କାର ସାର୍ବଭୌମତ୍ୱ ତଥା ସ୍ୱାଧିନତାକୁ ବାରମ୍ବାର ପଦଦଳିତ କରିବା ପାଇଁ ବିଭିନ୍ନ ଭିତ୍ତିହୀନ ବାହାନା କରୁଥିବା ଚୀନ୍ ଦୂତାବାସ ପରୋକ୍ଷରେ ଭାରତକୁ କହିଥିଲା।