fbpx
BJD SKY
BJD SKY

India Vs Pakistan:ଆଜିର ହାଇଭୋଲ୍ଟେଜ ମ୍ୟାଚ;ପ୍ରତିଶୋଧ ନେବ ଭାରତ!

BJD

ମୁମ୍ବାଇ: ଭାରତ ଆଉ ପାକିସ୍ତାନ ଏହି ଦୁଇ ଦେଶ ମଧ୍ୟରେ ଯେତେବେଳେ କ୍ରିକେଟ ମ୍ୟାଚ ଥାଏ ତାହା କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଉତ୍ସବରୁ କମ ନୁହେଁ । ଲୋକ କାମଦାମ ସବୁ ଛାଡି ଟିଭି ଆଗରେ ବସିଯାହାନ୍ତି ଏହି ଦୁଇ ପଡୋଶୀ ଦେଶଙ୍କର ମ୍ୟାଚ ଦେଖିବା ପାଇଁ । ଆଉ ପାକିସ୍ତାନ ମାନଙ୍କ ଟିଭି ଭାଙ୍ଗିବା ଘଟଣା ସହିତ ମଧ୍ୟ ଆପଣ ସବୁ ଅବଗତ ଥିବେ । ଏହି ଦୁଇ ଦଳ ମଧ୍ୟରେ ଯେତେବେଳେ ଖେଳ ଥାଏ ଏହାକୁ ମୁକାବିଲା ନୁହେଁ ବରଂ ମହାମୁକାବିଲା ବୋଲି କୁହାଯାଇଥାଏ । ଏହି ଟକ୍କର ଦେଖିବା ପାଇଁ କ୍ରିିକେଟ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧବନିତା ସବୁ ଚାହିଁ ବସିଥାଆନ୍ତି ।
ସେହିଭଳି କ୍ରିକେଟ ପ୍ରେମୀ ମାନେ ଆଜିର ମ୍ୟାଚ ପାଇଁ ଚାତକପରି ଚାହିଁବସିଛନ୍ତି । ଆଜି ହେବାକୁ ଯାଉଛି ପାକ ଆଉ ଭାରତ କ୍ରିକେଟ ଯୁଦ୍ଧ । ଆଜିର ମ୍ୟାଚକୁ ରୋହିତ ଶର୍ମା ଅଧିନାୟକତ୍ୱ କରୁଥିବା ବେଳେ ସମସ୍ତଙ୍କ ନଜର ଉଭୟ ଭାରତର କ୍ୟାପଟେନ ଆଉ ପୂର୍ବତନ କ୍ୟାପଟେନଙ୍କ ଉପରେ ରହିବ । ବିରାଟ ମଧ୍ୟ ତାଙ୍କର ଦମଦାର ପ୍ରଦର୍ଶନ କରିବେ ବୋଲି ପ୍ରଂଶସକ ମାନେ ଅପେକ୍ଷାରେ ରହିଛନ୍ତି । ଆଉ ଏହି ମ୍ୟାଚ ରୋହିତଙ୍କ ପାଇଁ ଏକ ବଡ ସୁଯୋଗ । ତେବେ ଆଜିର ମ୍ୟାଚ ସନ୍ଧ୍ୟା ସାଢ଼େ ୭ ଟାରେ ଖେଳାଯିବ । ଦୁବାଇର ଅନ୍ତଜାର୍ତୀୟ ଷ୍ଟାଡିୟମରେ ଏହି ମ୍ୟାଚ ହେବ।
ଏସିଆ କପର ଦ୍ୱିତୀୟ ମୁକାବିଲାରେ ଏହି ଦୁଇ ଦଳ ପରସ୍ପରକୁ ଭେଟିବେ ।ଏହା ପାଇଁ ଉଭୟ ଦଳ ମଧ୍ୟ ନିଜର ପ୍ରସ୍ତୁତି ସାରିଦେଇଛନ୍ତି । କିପରି ଟକ୍କର ଟି ଜୋର ଦାର ହେବ ତାହାକୁ ନେଇ ଦୁଇ ଦଳର ମହାରଥୀ ମାନେ ରଣନୀତି ପ୍ରସ୍ତୁତ କରି ଦେଇଛନ୍ତି ।

ପାକିସ୍ତାନ ଆଉ ଭାରତ ମ୍ୟାଚକୁ ନେଇ ରୋହିତଙ୍କ ପ୍ରତିକ୍ରିୟା: ଭାରତ-ପାକିସ୍ତାନ ମ୍ୟାଚର ୨୮ ଦିନ ପୂର୍ବରୁ ଯେତେବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପଚରାଯାଇଥିଲା ଯେ ଦୁଇ ଦେଶ ମଧ୍ୟରେ ଅଧିକ କ୍ରିକେଟ୍ ମ୍ୟାଚ ହେବା ଉଚିତ କି?

ପ୍ରତିକ୍ରିୟା ରେ ରୋହିତ କହିଛନ୍ତି ,ଯଦି ମୋପାଖରେ  ବିକଳ୍ପ ଥାଆନ୍ତା ମୁଁ ଉତ୍ତର ଦେଇଥା’ନ୍ତି । ବର୍ତ୍ତମାନ ଉଭୟ ବୋର୍ଡ କ’ଣ କରିବେ ଏବଂ କ’ଣ କରିବେ ତାହା ସ୍ଥିର କରନ୍ତି । ଏହା ଆମ ହାତରେ ନାହିଁ । ଆମ ସାମ୍ନାରେ ଯାହା ବି ଟୁର୍ନାମେଣ୍ଟ ଦେଖୁ, ଆମେ ଖେଳିବାକୁ ସେଠାରେ ପହଞ୍ଚୁ । ଭବିଷ୍ୟତରେ ଆମ ପାଇଁ କିଛି ଅଲଗା ହେବ ଆମକୁ ଯେଉଁ ଠାକୁ ପାଠ ଯିବ ଆମେ ଯିବୁ ଆଉ ଯଦି ବୋର୍ଡ ନିଷ୍ପତ୍ତି ନିଏ, ଆମେ ଖେଳିବୁ।

ତେବେ ଆଜି ଭାରତ ବନାମ ପାକରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । କିଏ ଉତ୍ସବ ପାଳନ କରିବ ଆଉ କିଏ ଚୁପ ଚାପ ତାର ପରାଜୟ ସ୍ୱୀକାର କରିବ ତାହା ଦେଖିବା ବାକି ରହିଲା । ଖେଳ ଅଛି ତ ହାର ଜିତ ମଧ୍ୟ ଲାଗି ରହିବ ତେବେ ଏହାକୁ ସରଳତାର ସହ ଗ୍ରହଣ କରି ଖେଳକୁ ଉପଭୋଗ କରିବା ହିଁ ଦୁଇ ଦଳର ଲକ୍ଷ୍ୟ ରହିବା ଆବଶ୍ୟକ ।

Get real time updates directly on you device, subscribe now.