fbpx

ଶାରଳା ମନ୍ଦିରକୁ ମୋବାଇଲ୍ ନେବା ମନା , ନିୟମ ଭାଙ୍ଗିଲେ ଗଣିବେ ମୋଟା ଅଙ୍କର ଫାଇନ୍

Advertisement

ଭୁବନେଶ୍ୱର: ଜଗତସିଂହପୁର ମା’ ଶାରଳାଙ୍କ ପୀଠରେ ନୂଆ ନିୟମ ଲାଗୁ ହୋଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ନେଇ ନିଷ୍ପତ୍ତି ନିଆଯାଇଛି । ନିଦ୍ଧିଷ୍ଟ ସମୟ ବ୍ୟତିତ ମା’ଙ୍କ ବିଗ୍ରହରୁ ଚନ୍ଦନ ଓ ଫୁଲମାଳ ଆଣିବା ନିଷେଧ କରାଯାଇଛି । କେବଳ ଏତିକି ନୁହେଁ ମନ୍ଦିରର ଗର୍ଭଗୃହ ମଧ୍ୟକୁ ଶ୍ରଦ୍ଧାଳୁ ବା ସେମାନଙ୍କ ପିଲାମାନେ ଆଉ ଯାଇପାରିବେ ନାହିଁ ।
ମନ୍ଦିରର ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ୍ ନେବା ମନା କରାଯାଇଛି । କେହି ଯଦି ମୋବାଇଲ୍ ରେ ଫଟୋ ଉଠାଉଥିବାର ଧରାପଡେ ତେବେ ପ୍ରଥମେ ତାଙ୍କ ଠାରୁ ୫୦୦ ଟଙ୍କା ଜୋରିମାନା ଓ ପୁନର୍ବାର ଏହିପରି କରୁଥିବାର ଧରାପଡିଲେ ୧୦୦୦ଟଙ୍କା ଜୋରିମାନା ଆଦାୟ କରାଯିବ । ଏହା ବ୍ୟତିତ ଯେଉଁ ପଣ୍ଡା ସେବକମାନଙ୍କର ବ୍ରତୋପନୟନ ହୋଇନାହିଁ ଏବଂ ଯେଉଁମାନେ ଅବିବାହିତ ସେମାନେ ମଧ୍ୟ ଗର୍ଭଗୃହ ମଧ୍ୟକୁ ଯାଇପାରିବେ ନାହିଁ । ଏହା ବ୍ୟତିତ ମନ୍ଦିର ମଧ୍ୟକୁ ଆଉ କେହି ପଲିଥିନ୍ ମଧ୍ୟ ନେଇ ଯାଇପାରିବେ ନାହିଁ । ଯେଉଁମାନେ ମନ୍ଦିର ମଧ୍ୟକୁ ପଲିଥିନ୍ ନେଇ ଯିବେ ସେମାନଙ୍କ ଠାରୁ ମଧ୍ୟ ଫାଇନ୍ ଆଦାୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.