fbpx
BSKY
BJD SHG SKY
BJD YOUTH SKY

ମେ’୧ ରୁ କୋୱିନ୍ କିମ୍ବା ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ କରିଥିବା ଲୋକଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ,୨୫ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ମେ ୧ ତାରିଖରୁ କେନ୍ଦ୍ର ସରକାରଙ୍କ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ  ଉର୍ଦ୍ଧ  ବ୍ୟକ୍ତିବିଶେଷଙ୍କୁ ଟିକା ଦିଆଯିବ ବୋଲି ସରକାର ଘୋଷଣା କରାଯାଇଛି । ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟକୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୧୮ ବର୍ଷରୁ ୪୫ ବର୍ଷର ଲୋକ ମାନେ ଟିକା ନେବାକୁ ହେଲେ ସେମାନଙ୍କୁ ନିଜ ନିଜ ଫୋନ୍ ରେ କୋୱିନ୍ କିମ୍ବା ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରି ସେଥିରେ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏହା କରିବାର କାରଣ ହେଲା ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ୪୫ ବର୍ଷର ଲୋକଙ୍କ ପାଇଁ ପଞ୍ଜୀକରଣ କରିବା ନେଇ ଅନୁମତି ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିବିଶେଷ ମାନେ ଟିକାକରଣ କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ । କରୋନା ମହାମାରୀର ଦ୍ୱିତୀୟ ଲହର ଦେଶରେ ଦ୍ରୁତ ମାତ୍ରାରେ ବଢ଼ୁଥିବାରୁ ୧୮ ବର୍ଷରୁ ଉର୍ଦ୍ଧ  ବ୍ୟକ୍ତିବିଶେଷଙ୍କୁ ଟିକା ନେବା ନେଇ ଅନୁମତି ଦିଆଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ, ସମସ୍ତଙ୍କୁ ଟିକା ନେବା ପାଇଁ ଅନୁମତି ମିଳିବା ପରେ ଅଧିକ ରୁ ଅଧିକ ଲୋକ ଟିକା ନେବାକୁ ଆସିବେ । ତେଣୁ ଟିକାକରଣ କେନ୍ଦ୍ର ମାନଙ୍କରେ ଭିଡ ହେବାର ଆଶଙ୍କା ଅଧିକ ରହିଛି ।  ଟିକାକରଣ କେନ୍ଦ୍ରରେ ପଞ୍ଜୀକରଣ କରିବା ପାଇଁ ଯଦି ଦିଆଯାଏ ତେବେ ଭିଡକୁ ନିୟନ୍ତ୍ରଣ କରିବାରେ ସମ୍ଭବ ହେବନାହିଁ । ତେଣୁ ଟିକା ନେବାକୁ ଇଚ୍ଛୁକ ଥିବା ୧୮ ରୁ ୪୫ ବର୍ଷ ମଧ୍ୟରେ ବ୍ୟକ୍ତି ମାନେ ୨୮ ଏପ୍ରିଲ୍ ରେ କୋୱିନ୍ ପୋର୍ଟାଲ କିମ୍ବା ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ କରିବେ । ୨୮ ଏପ୍ରିଲରୁ ହିଁ ଏହି ପ୍ରକ୍ରିୟା ଆରମ୍ଭ ହେବ ।

Get real time updates directly on you device, subscribe now.