fbpx

ଭୁବନେଶ୍ୱରରେ କରୋନା ସ୍ଥିତି ଅସମ୍ଭାଳ

ଆଜି ୬୮୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୨୫ । ୪ (ଓଡିଶା ଭାସ୍କର) : ଭୁବନେଶ୍ୱରରେ ଆଜି ୬୮୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୦୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୭୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଖ୍ୟା ୩୯ ହଜାର ୯୨୦କୁ ବୃଦ୍ଧି ପାଇଛି । ୩୯ ହଜାର ୯୨୦ ପଜିଟିଭଙ୍କ ମଧ୍ୟରୁ ୨୫୨ ଜଣ ମୃତ, ୩୪ ହଜାର ୫୩୪ ଜଣ ସୁସ୍ଥ ଏବଂ ୫ ହଜାର ୧୧୩ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ଖଣ୍ଡଗିରିରୁ ୩୮ଜଣ, ବରମୁଣ୍ଡାରୁ ୩୨ ଜଣ, ନୟାପଲ୍ଲୀରୁ ୨୯ ଏବଂ ମଞ୍ଚେଶ୍ୱରରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ପଟିଆରୁ ୨୮ ଜଣ, ଓଲଡ୍ ଟାଉନରୁ ୨୭ ଜଣ, ୟୁନିଟ୍ – ୬ ରୁ ୧୫ ଜଣ ପଜିଟିଭ ହୋଇଥିବା ସୂଚନା ରହିଛି । ଏହାସହ ସହିଦ୍ ନଗରରୁ ୧୪ ଜଣ, ପାତ୍ରପଡାରୁ ୧୩ ଜଣ, ରସୁଲଗଡରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.