fbpx

ପେନକିଲର୍ସର ନିୟମିତ ବ୍ୟବହାର ହୋଇଥାଏ କ୍ଷତିକାରକ, ୭୦ହଜାର ମହିଳାଙ୍କ ଉପରେ କରାଯାଇଥିବା ଷ୍ଟଡିରୁ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ଶରୀରରେ ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା ହେବା ଦ୍ୱାରା ଲୋକମାନେ ଅନେକ ସମୟରେ ପେନ୍ କିଲର୍ସ ଟାବଳେଟ୍ ସେବନ କରିଥାନ୍ତି । ଅନେକ ଜଣ ପେନ୍ କିଲର୍ସ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି କି? ଡାକ୍ତରଙ୍କ ବିନା ପରାମର୍ଶ ରେ ପେନକିଲର୍ସ ଖାଇବା ଘାତକ ହୋଇପାରେ । ୭୦ ହଜାର ମହିଳାଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ଏକ ବଡ଼ ଖୁଲାସା ହୋଇଛି । ଲଗାତର ଭାବରେ ପେନ୍ କିଲର୍ସ ନେବା ଦ୍ୱାରା ମହିଳାଙ୍କ ସହ ଜଡ଼ିତ ସମସ୍ୟା ବଢ଼ିଥାଏ ।

ଆମେରିକାର ବର୍ମିଘମ୍ ଆଣ୍ଡ୍ ୱୁମେନ୍ସ ହସ୍ପିଟାଲର ଅନୁସନ୍ଧାନକାରୀ ମାନେ କରିଥିବା ଏକ ଷ୍ଟଡିରୁ ଜଣାପଡ଼ିଛି ପେନ୍ କିଲର୍ସ କୁ ଲଗାତର ସେବନ କରୁଥିବା ମହିଳାଙ୍କ ଠାରେ ଟିନିଟସ୍(କାନ ସହ ଜଡ଼ିତ ସମସ୍ୟା)ର ସମ୍ଭାବନା ଅନ୍ୟଙ୍କ ତୁଳନାରେ ୨୦ ପ୍ରତିଶତ ଅଧିକ ରହିଥାଏ । ଅଧ୍ୟୟନର ପ୍ରମୁଖ ଲେଖକ ଡା. ଶେରାନ୍ କରହନ୍ କହିଛନ୍ତି ଯେ, ଆମ ଷ୍ଟଡି କହୁଛି ପେନ୍ କିଲର୍ ମେଡିସିନ୍ ନେବା ଦ୍ୱାରା ଲୋକଙ୍କ ଠାରେ ଟିନିଟସ୍ ର ଆଶଙ୍କା ଅଧିକ ଥାଏ ।

Get real time updates directly on you device, subscribe now.