ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲା: ଘରର ଗେଟକିପରଙ୍କୁ ଜେରା କଲା ପୋଲିସ
ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାରେ ଜଣକ ପରେ ଜଣଙ୍କୁ ଜେରା କରୁଛି ପୋଲିସ ।
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦିବଙ୍ଗତ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ପୁଣିଥରେ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ପୂର୍ବରୁ ସୁରକ୍ଷା କର୍ମଚାରୀ ହେମସାଗର ନାଏକଙ୍କୁ ତଦନ୍ତ ଅଧିକାରୀ ଜେରା କରିଥିବା ବେଳେ ଆଜି ଗେଟକିପରଙ୍କୁ ଜେରା କରିଛି ପୋଲିସ ।
ନବ ଦାସଙ୍କ ଘରର କର୍ମଚାରୀ ମୁନୁ ପ୍ରସାଦଙ୍କୁ ପଚରାଉଚରା କରିଛି ପୋଲିସ । ଖବର ଅନୁସାରେ, ଯେତେବେଳେ ହେମସାଗରଙ୍କୁ ଜେରା କରାଯାଇଥିଲା ସେତେବେଳେ ସେ 4ଜଣଙ୍କର ନାମ ଧରିଥିଲା । ସେମାନଙ୍କ ମଧ୍ୟରୁ ମୁନୁ ପ୍ରସାଦ ରହିଥିବା ବେଳେ ଆଜି ପ୍ରଥମେ ତାଙ୍କୁ ପଚରାଉଚରା କରିଛି ପୋଲିସ । ଏହି ମାମଲାରେ ତାଙ୍କର କିଛି ଲିଙ୍କ ରହିଛି କି ନାହିଁ ଜାଣିବା ପାଇଁ ତଦନ ଆରମ୍ଭ କରିଛି ପୋଲିସ ।
ପ୍ରକାଶଥାଉକି, ଲଳିତ ସାହୁଙ୍କ ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଡେଙ୍ଗବୋରେଇ ଗାଁରେ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ରୋଷୟା ଭାବରେ କାମ କରୁଥିଲେ । ୨୦୨୨ ଏପ୍ରିଲ ୧୭ ତାରିଖ ସନ୍ଧ୍ୟାରେ ତାଙ୍କ ମୃତଦେହ ମନ୍ତ୍ରୀଙ୍କ ସରକାରୀ ବାସଭବନରୁ ମିଳିଥିଲା ।
ତେବେ ଘଟଣାକୁ 3 ବର୍ଷ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ମଧ୍ୟ ଖୋଲିପାରିନି ଗୁମର । ଅସହାୟ ବାପା ମାଆ ନିରପେକ୍ଷ ତଦନ୍ତ ପାଇଁ ଦାବି କରୁଥିବା ବେଳେ ଆଜି ପୁଣି ସୁରକ୍ଷା କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି ।