fbpx

ଏଣିକି କୋଭିଡ ହସ୍ପିଟାଲରେ ହେବ ସିସିଟିଭି ବ୍ୟବସ୍ଥା, ରୋଗୀଙ୍କୁ ଦେଖିପାରିବେ ସମ୍ପର୍କୀୟ

Advertisement

ଭୁବନେଶ୍ୱର,୧୬ ।୫(ଓଡିଶା ଭାସ୍କର): କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ସଂକ୍ରମିତଙ୍କ ମଧ୍ୟରୁ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ବେଳେ ଅନ୍ୟ ଆକ୍ରାନ୍ତମାନେ ହୋମ୍ ଆଇସୋଲେସନରେ ରହୁଛନ୍ତି । ଏହାରି ମଧ୍ୟରେ କୋଭିଡ ହସ୍ପିଟାଲରେ ସିସିଟିଭି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ସମ୍ପର୍କୀୟ ଚାହିଁଲେ ସିଧାସଳଖ ରୋଗୀଙ୍କୁ ଦେଖିପାରିବେ । ସିସିଟିଭି ପାଇଁ ସ୍ୱତନ୍ତ୍ର କନଫରେନ୍ସ ହଲର ବ୍ୟବସ୍ଥା ହେବ । ହେଲ୍ପ ଡେସ୍କରେ ମଧ୍ୟ ସୋସିଆଲ ମିଡିଆର ବ୍ୟବସ୍ଥା ରହିବ । ସମ୍ପର୍କୀୟ ଚାହିଁଲେ ରୋଗୀଙ୍କ ଫଟୋଚିତ୍ର ଦେଖିବା ସହ କଥା ହୋଇପାରିବେ । ପ୍ରତିଦିନ ସମ୍ପର୍କୀୟଙ୍କୁ ଅପଡେଟ କରାଯିବ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା । ଏସଏମଏସ କିମ୍ବା ସୋସିଆଲ ମିଡିଆ ସାହାର୍ଯ୍ୟରେ ଏହାକୁ ଅପଡେଟ କରାଯିବ ।

ତେବେ ହେଲ୍ପ ଡେସ୍କ କାର୍ଯ୍ୟରେ ସମ୍ପର୍କୀୟ ଅସନ୍ତୋଷ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ରୋଗୀ ସମ୍ପର୍କୀୟ କୌଣସି ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେବ । ଅନ୍ୟପଟେ ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ କରିଛନ୍ତି ସରକାର। ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ରହିବ ହେଲ୍‌ପ ଡେସ୍କ। ହେଲ୍‌ପ ଡେସ୍କ ଗୁଡ଼ିକ ସପ୍ତାହ ସାରା ୨୪ ଘଣ୍ଟା କାର୍ଯ୍ୟ କରିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ସବୁ ହେଲପ୍‌ ଡେସ୍କରେ ରହିବ ଟୋଲ୍‌ ଫ୍ରି ନମ୍ବର ଟେଲିଫୋନ। ହେଲପ୍‌ ଡେସ୍କର ସୁପରିଚାଳନା ପାଇଁ ସ୍ୱେଚ୍ଛାସେବୀଙ୍କ ସହାୟତା ନିଆଯିବ।

Get real time updates directly on you device, subscribe now.