fbpx

ଉଚ୍ଚଶିକ୍ଷା ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ୟୁଜି ଓ ପିଜି କୋର୍ସ ଲାଗି ଆର୍ଥିକ ସହାୟତା, ରିଲାଏନ୍ସ ଫାଉଣ୍ଡେସନ ଦେବ ୨ ଲକ୍ଷରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି

ନୂଆଦିଲ୍ଲୀ: ଯଦି ଆପଣ ପଇସା ଅଭାବରୁ କଲେଜରେ ପଢି ପାରୁନାହାନ୍ତି କିମ୍ବା ଆପଣଙ୍କୁ କଲେଜରେ ଫି’ ଭରିବାରେ ସମସ୍ୟାର ସାମ୍ନା କରିବାକୁ ପଡୁଛି ତେବେ ଆପଣ ଚିନ୍ତା କରନ୍ତୁ ନାହିଁ । ସାରା ଦେଶରେ ବିଭିନ୍ନ ଉଚ୍ଚଶିକ୍ଷା ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ସ୍ନାତକ ଓ ସ୍ନାତକତ୍ତୋର କୋର୍ସ ଲାଗି ଆର୍ଥିକ ସହାୟତା ଦେଶର ସବୁଠାରୁ ବଡ ଉଦ୍ୟୋଗ ସମୂହ ସଂସ୍ଥା ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ପ୍ରଦାନ କରାଯାଉଛି । ଫାଉଣ୍ଡେସନ ପକ୍ଷରୁ ୫୦୦୦ ୟୁଜି ଓ ୧୦୦ ପିଜି ସ୍କଲାରସିପ୍ ଦିଆଯିବା ନେଇ ଘୋଷଣା କରାଯାଇଛି । ୟୁଜି ସ୍କଲାରସିପ୍ ଲାଗି ରିଲାଏନ୍ସ ଫାଉଣ୍ଡେସନ ସର୍ବାଧିକ ୨ ଲକ୍ଷ ଟଙ୍କା ଓ ପିଜି ଲାଗି ସର୍ବାଧିକ ୬ ଲକ୍ଷ ଟଙ୍କା ଛାତ୍ରବୃତ୍ତି ନିର୍ଦ୍ଧାରିତ କରିଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦିଆଯାଉଥିବା ଏହି ସ୍କଲାରସିପ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯେଉଁମାନେ ଉଚ୍ଚଶିକ୍ଷା ଲାଗି ସ୍କଲାରସିପର ସଡ଼୍‌ଦାନରେ ଅଛନ୍ତି ସେମାନେ ଏହି ଫାଉଣ୍ଡେସନର ସ୍କଲାରସିପ ପୋର୍ଟାଲ scholarships.reliancefoundation.org କୁ ଯାଇ ନିଜର ଆପ୍ଲିକେସନ ସବମିଟ୍ କରିପାରିବେ । ଉଭୟ କାଟାଗୋରୀର ସ୍କଲାରସିପ ଲାଗି ଆବେଦନ କରିବାର ଶେଷ ତାରିଖ ରହିଛି ୧୫ ଅକ୍ଟୋବର ୨୦୨୩ ।

Get real time updates directly on you device, subscribe now.