fbpx

ରିଲାଏନ୍ସ ଫାଉଣ୍ଡେସନର ‘ବନତାରା ‘ କାର୍ଯ୍ୟକ୍ରମ ଘୋଷଣା, ବନ୍ୟପ୍ରାଣୀଙ୍କ ପାଇଁ ହେବ ବିଶ୍ବର ଶ୍ରେଷ୍ଠ ଆଶ୍ରୟସ୍ଥଳ

ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଉଦ୍ଧାର ହୋଇଥିବା ବନ୍ୟଜନ୍ତୁମାନଙ୍କର ଉତ୍ତମ ସେବାଯତ୍ନ ନେବା ସହିତ ସେମାନଙ୍କୁ ଶ୍ରେଷ୍ଠ ଆଶ୍ରୟସ୍ଥଳ ପ୍ରଦାନ କରିବାକୁ ରିଲାଏନ୍ସ ଫାଉଣ୍ଡେସନର ‘ବନତାରା’ କାର୍ଯ୍ୟକ୍ରମ ଘୋଷଣା କରିଛି।

ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ବଣ ଜଙ୍ଗଲ ଏବଂ ଆଶ୍ରୟସ୍ଥଳରେ ନିର୍ଯାତିତ,କ୍ଷତାକ୍ତ ହୋଇ ପଡିଥିବା ବନ୍ୟଜନ୍ତୁମାନଙ୍କର ଚିକିତ୍ସା, ଯତ୍ନ ଏବଂ ପୁନର୍ବାସ ଉପରେ ଧ୍ୟାନ ଦେବା। ଏଥିପାଇଁ ‘ବନତାରା’ କାର୍ଯ୍ୟକ୍ରମ 3000 ଏକର ଜାଗାରେ ପରିବେଷିତ ଜଙ୍ଗଲକୁ ହାତକୁ ନେଇଛି ରିଲାଏନ୍ସ ଫାଉଣ୍ଡେସନ।

ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ, ମୁଁ ପିଲାଦିନରୁ ପଶୁମାନଙ୍କର ସେବା କରିଆସୁଛି। ମୋ ମା ଏବଂ ବାପା ମୋତେ କହିଥିଲେ ଯେ, ଯିଏ ମୂକ ପ୍ରାଣୀମାନଙ୍କର ସେବା କରେ ତାକୁ ପୁର୍ଣ୍ଣ୍ୟ ମିଳିଥାଏ ।

ସେ କହିଛନ୍ତି ଯେ, ହିନ୍ଦୁ ଧର୍ମରେ ଏହା ମଧ୍ୟ କୁହାଯାଏ ପଶୁମାନେ ଆଜିର ତାରିଖରେ ଭଗବାନଙ୍କର ରୂପ। ଆମେ ଭଗବାନଙ୍କୁ ମୁହାଁମୁହିଁ ଦେଖିପାରୁ ନାହୁଁ, ତେଣୁ ମୁଁ ବିଶ୍ୱାସ କରେ ଯେ ପଶୁମାନଙ୍କର ସେବା କରିବା ଭଗବାନଙ୍କ କାର୍ଯ୍ୟ । ମା ’ମୋତେ ପିଲାଦିନରୁ ପଶୁ ଏବଂ ପଶୁମାନଙ୍କୁ ଭଲ ପାଇବା ଶିଖାଇଛନ୍ତି ।ସେଥିପାଇଁ ମୁଁ ଏହାକୁ ଆରମ୍ଭ କଲି ।

ଗୁଜୁରାଟରେ ରିଲାଏନ୍ସର ଜାମନଗର ରିଫାଇନା ଫାଇନାରୀ କମ୍ପେକ୍ଟର ଗ୍ରୀନ ବେଲ୍ସ ଭିତରେ ୩୦୦୦ ଏକର ବିଶାଳ ବିଶାଳ ସ୍ଥାନକୁ ଜଙ୍ଗଲ ଜଙ୍ଗଲ ପରି ପରିବେଶରେ ବଦଳା ଯାଇଛି। ଏଠାରେ ଜୀବଜନ୍ତୁଙ୍କ ସଂରକ୍ଷଣ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯା ରାଯାଇଛି। ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସହ ହସ୍ପିଟାଲ, ରିସର୍ଚ୍ଚ ଓ ଶିକ୍ଷାନୁଷ୍ଠାନ ମଧ୍ଯ ନିର୍ମାଣ କରାଯାଇଛି। ଗତ କିଛି ବର୍ଷରେ ବନତାରା କାର୍ଯ୍ୟକ୍ରମ ଆଧାରରେ ୨୦୦ରୁ ଅଧୂକ ହାତୀ, ହଜାର ସଂଖ୍ୟକ ଜୀବଜନ୍ତୁ, ସରୀସୃପ ଓ ପକ୍ଷୀଙ୍କୁ ଅସୁରକ୍ଷିତ ପରିବେଶରୁ ବଞ୍ଚାଯାଇଛି। ଏଥିରେ ଗଣ୍ଡା, କଲରା ପତରିଆ ବାଘ ଓ କୁମ୍ଭୀରଙ୍କ ପୁନର୍ବାସ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ନିକଟରେ ବନତାରା ମେକ୍ସିକୋ, ଭେନେଜୁଏଲା ଆଦି ଦେଶରେ ପଶୁପକ୍ଷୀ-ଜୀବଜନ୍ତୁଙ୍କ ରେସ୍ଟ୍ରି ଅଭିଯାନରେ ଅଂଶଗ୍ରହଣ କରିଥିଲା। ମଧ୍ୟ ଆମେରିକା ଚିଡ଼ିଆଘର ଅଧିକାରୀଙ୍କ ଉଦ୍ୟମକ୍ରମେ ଅନେକ ବଡ଼ ବଡ଼ ଜୀବଜନ୍ତୁଙ୍କୁ ବନତାରାକୁ ଅଣା ଯାଇଛି। ସମସ୍ତ ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟ ଭାରତ ସରକାର ଓ ଅନ୍ତର୍ଜାତୀୟ ଆଇନ ଏବଂ ନିୟାମକ ଢାଞ୍ଚାରେ ପାଳନ କରାଯାଉଛି।

ବନତାରା କାର୍ଯ୍ୟକ୍ରମ ବିଷୟରେ ଅନନ୍ତ ଅମ୍ବାନୀ କହିଛନ୍ତି, ଆମେ କୋଭିଡ୍ ଚରମରେ ଥିବା ସମୟରେ ବନ୍ୟଜୀବ ଉଦ୍ଧାର କେନ୍ଦ୍ର ଆରମ୍ଭ କରିଥିଲୁ। ଏହି ସମୟରେ ୬୦୦ ଏକରର ଜଙ୍ଗଲ ସୃଷ୍ଟି କରିଛୁ। ଏଥିରେ ହାତୀମାନଙ୍କ ପାଇଁ ଏକ ସଂପୂର୍ଣ୍ଣ ଆବାସ ନିର୍ମାଣ କରିଛୁ। ୨୦୦୮ରେ ଆମ ସଂସ୍ଥା ପ୍ରଥମେ ହାତୀଙ୍କ ଉଦ୍ଧାର କରିଥିଲା। ଏହି କ୍ରମରେ ଗ୍ରୀନ୍ସ ଜୁଲଜିକାଲ ରେଫ୍ଲୁ ସେଣ୍ଟର ୨୦୨୦ରେ ଆରମ୍ଭ ହେଲା।

ସେ ଏହା ମଧ୍ୟ କହିଛନ୍ତି, ଗ୍ରୀନ ଜୁଲଜିକାଲ ରିସର୍ଚ୍ଚ ଆଣ୍ଡ ରେସ୍ୟୁ ସେଣ୍ଟର ପାଇଁ ହଜାର ସଂଖ ଖ୍ୟକ ଲୋକ କାମ କରୁଛନ୍ତି। ସେଥୁରୁ ଆମ ପାଖରେ ପାଖାପାଖୂ ୨୦-୩୦ ପ୍ରବାସୀ ଅଛନ୍ତି। ସମସ୍ତେ ଶିକ୍ଷକ କିମ୍ବା ପ୍ରଫେସର ଭାବେ ନିଯୁକ୍ତ ହୋଇ ନିଜ ଦାୟିତ୍ଵ ସମ୍ଭାଳୁଛନ୍ତି। ଆମେ ଯୁବ ସ୍ନାତକ ପିଲାଙ୍କୁ ନିଯୁକ୍ତି ଦେଉଛୁ ଯେଉଁମାନେ ପୋଷଣ ବିଶେଷଜ୍ଞଙ୍କ ପରି ବିଭିନ୍ନ ପୃଷ୍ଠଭୂମିରୁ ପଶୁଙ୍କ ଚିକିତ୍ସାରେ ସ୍ନାତକ କରିଥିବେ। ଆମ ପାଖରେ କିଛି ବିଶେଷଜ୍ଞ ଡାକ୍ତର ରହିଛନ୍ତି ଯେଉଁମାନେ ପଶୁଙ୍କ ପ୍ରତି ବେଶ ସମ୍ବେଦନଶୀଳ ରହିଛନ୍ତି, ଯଦ୍ବାରା ଆମ ପ୍ରକଳ୍ପ ଆଶାନୁରୂପ ଆଗେଇ ଚାଲିଛି।

ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ କହିଛନ୍ତି, ଆମେ ୨୦୦ରୁ ଅଧୂକ ହାତୀଙ୍କ ଜୀବନ ରକ୍ଷା କରିଛୁ। ସେମାନଙ୍କୁ ଆହତ ଅବସ୍ଥାରେ ଦେଶର ବିଭିନ୍ନ ସ୍ଥାନରୁ ଅଣା ବେ ବିକଶିତ ଆମର କୌଣସି ପ୍ରାଣୀ ଉଦ୍ୟାନ ନୁହେଁ ବରଂ ଏହା ଏକ ସେବାଳୟ। ୬୦୦ ଏକର ଜମିକୁ ହାତୀଙ୍କ ପ୍ରାକୃତିକ ଆବାସ ଭାବେ କରାଯାଇଛି।,

ରିଲାଏନ୍ସ ଫାଉଣ୍ଡେସନର ବନତାରା କାର୍ଯ୍ୟକ୍ରମ ବିଷୟରେ ଅନନୁ ଅମ୍ବାନୀ କହିଛନ୍ତି, ପଶୁଙ୍କ ସେବା କରିବା ପାଇଁ ଏମିତି ପ୍ରେରଣା ମାଆଙ୍କଠୁ ମିଳିଛି। ହିନ୍ଦୁ ଧର୍ମରେ ବର୍ଣ୍ଣିତ ଯେ ପଶୁ ଦେବତାଙ୍କ ପ୍ରିୟ ଅଟନ୍ତି। ଏହା ହିଁ ମୋତେ ପଶୁଙ୍କ ଉଦ୍ଧାର କରିବା ଓ ପୁନର୍ବାସ କେନ୍ଦ୍ର ଖୋଲିବା ପାଇଁ ପ୍ରେରିତ କରିଥିଲା। ଏବେ ଆମେ ପଶୁଙ୍କ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପଶୁ ଚିକିତ୍ସାଳୟ ନିର୍ମାଣ କରିଛୁ। ହସ୍ପିଟାଲ୍‌ରେ ଏମଆରଆଇ ଓ ସିଟି ସ୍କାନ ମେସିନ,ଏଣ୍ଡୋସ୍କୋପିଂ ରୋବୋଟିକ ସର୍ଜରୀ ମେସିନ ଓ ୬ଟି ସର୍ଜିକାଲ ସେଣ୍ଟର ରହିଛି। ଆଉ ଖୁବ୍ ଶୀଘ୍ର ଜନତାଙ୍କ ପାଇଁ ପ୍ରାଣୀ ଉଦ୍ୟାନ ଖୋଲାଯିବ ବୋଲି ଅନନ୍ତି ଅମ୍ବାନୀ କହିଛନ୍ତି।

Get real time updates directly on you device, subscribe now.