Jioର ସବୁଠୁ ଶସ୍ତା ପ୍ଲାନ: 28 ଦିନ ଯାଏଁ ନୋ ଟେନସନ୍, ଦାମ୍ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ
୨୮ ଦିନ ପାଇଁ ପ୍ରତିଦିନ ୧ ଜିବି ଡାଟା ଦେଉଥିବା ସବୁଠାରୁ ଶସ୍ତା ଜିଓ ପ୍ଲାନ୍ ଖୋଜୁଛନ୍ତି କି । ତାହେଲେ ପଢନ୍ତୁ ଏହି ଆର୍ଟିକଲ୍
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଦେଶରେ ଇଣ୍ଟରନେଟ୍ ବ୍ୟବହାରରେ ଏକ ବିପ୍ଳବ ଆଣିଥିଲା। ଏହାର ଶୁଭାରମ୍ଭ ପରେ, ଦେଶର ଅନେକ ଉପଭୋକ୍ତା ଇଣ୍ଟରନେଟ୍ ବ୍ୟବହାର କରିବା ଆରମ୍ଭ କଲେ । ଜିଓ କମ୍ ଟଙ୍କାରେ ରିଚାର୍ଜ ପ୍ଲାନ ଆଣି ଉପଭୋକ୍ତାଙ୍କର ମନ ଜଣିଛି ।
ଯଦି ଆପଣ ଜିଓର ସବୁଠାରୁ ଶସ୍ତା ପ୍ଲାନ୍ ଖୋଜୁଛନ୍ତି, ତାହେଲେ ୨୮ ଦିନିଆ ରିଚାର୍ଜ ପ୍ଲାନ ବେଷ୍ଟ ଅଟେ । ଏହା ଗ୍ରାହକଙ୍କୁ ଦୈନିକ 1 ଜିବି ଡ଼ାଟା ପ୍ରଦାନ କରିବ ।
ଜିଓର ସବୁଠାରୁ ଶସ୍ତା ପ୍ଲାନ୍- ଜିଓର ପୋର୍ଟଫୋଲିଓରେ ଅନେକ ରିଚାର୍ଜ ଯୋଜନା ଉପଲବ୍ଧ ରହିଛି । ତେବେ ସବୁଠାରୁ ଶସ୍ତା ପ୍ଲାନର ଦାମ୍ ହେଉଛି 186 ଟଙ୍କା । ଏହି ପ୍ଲାନରେ ୟୁଜର୍ସ କମ୍ ଟଙ୍କାରେ ଅନେକ ସୁବିଧା ପାଇପାରିବେ ।
ପ୍ଲାନର ଫାଇଦା- ଲାଭ ବିଷୟରେ କହିବାକୁ ଗଲେ, ଏହି ପ୍ଲାନର ବୈଧତା 28 ଦିନ ଅଟେ ଏବଂ ଏହା ଦ୍ବାରା ଗ୍ରାହକ ଅସୀମିତ କଲିଂର ସୁବିଧା ପାଇପାରିବେ । ସେହିପରି ଉପଭୋକ୍ତାମାନେ ପ୍ରତିଦିନ 100 ଟି ମେସେଜ୍ ପଠାଇବାର ସୁବିଧା ପାଆନ୍ତି।
ଡାଟା ବିଷୟରେ କହିବାକୁ ଗଲେ, ଉପଭୋକ୍ତାମାନେ ଏଥିରେ ମୋଟ 28 GB ଡାଟା ପାଇବେ । ଉପଭୋକ୍ତାମାନଙ୍କୁ ଦୈନିକ 1 GB ଡାଟା ମିଳିବ, ଯାହାକୁ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ବ୍ୟବହାର କରାଯାଇପାରିବ।
ପ୍ଲାନର ଅନ୍ୟ ସୁବିଧା-ଏହା ବ୍ୟତୀତ, ଏହି ପ୍ଲାନରେ ଜିଓ ଉପଭୋକ୍ତାମାନେ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡର ମାଗଣା ସବସ୍କ୍ରିପସନ ପାଇପାରିବେ । Jioର ଅଫିସିଆଲ୍ ୱେବସାଇଟ୍, My Jio ଆପ୍ ଏବଂ Google Pay, PhonePe ଇତ୍ୟାଦି ଅନଲାଇନ୍ ପେମେଣ୍ଟ ଆପ୍ ମାଧ୍ୟମରେ ଏହା କରିପାରିବେ ।