fbpx

ଜିଓ ଗ୍ରାହକଙ୍କୁ ବଡ଼ ଝଟକା : କମ୍ପାନୀ ବନ୍ଦ କଲା ସବୁଠାରୁ ଶସ୍ତା ପ୍ଲାନ୍, ଏବେ ଖର୍ଚ୍ଚ କରିବାକୁ ପଡ଼ିବ ଏତିକି ଟଙ୍କା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ପୋର୍ଟଫୋଲିଓରୁ ସବୁଠାରୁ ଶସ୍ତା ୧୧୯ ଟଙ୍କା ପ୍ରିପେଡ୍ ପ୍ଲାନ୍ ହଟାଇ ଦେଇଛି । ୨୦୨୧ ଶେଷରେ ଶୁଳ୍କ ବୃଦ୍ଧି ପରେ ଜିଓ ଏହି ପ୍ଲାନ୍ ଆରମ୍ଭ କରିଥିଲା । କହିବାକୁ ଗଲେ ୧୧୯ ଦିନର ପ୍ଲାନରେ ୧୪ ଦିନର ବୈଧତା ସହିତ ଗ୍ରାହକମାନେ ୧.୫ଜିବି ଦୈନିକ ଡାଟା, ଅସୀମିତ ଭଏସ୍ କଲିଂ ଏବଂ ଦୈନିକ ୧୦୦ ଏସଏମଏସ ପାଇଥା’ନ୍ତି ।

କିନ୍ତୁ ଏହି ପ୍ଲାନ୍ ଦେଶର କୌଣସି ଅଞ୍ଚଳରେ ଗ୍ରାହକଙ୍କ ପାଇଁ ଆଉ ଉପଲବ୍ଧ ନାହିଁ । ଶସ୍ତା ପ୍ଲାନ୍ ପାଇଁ ଜିଓ ଗ୍ରାହକଙ୍କୁ ବର୍ତ୍ତମାନ ୩୦ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ । ଜିଓର ପଦକ୍ଷେପ ଏୟାରଟେଲ ସହିତ ସମାନ ରହିଛି ଓ କମ୍ପାନୀକୁ ଏହାର ହାରାହାରି ରାଜସ୍ୱ ପ୍ରତି ଉପଭୋକ୍ତା (ଏଆରପିୟୁ) ଆକଳନକୁ ଉନ୍ନତ କରିବାରେ ଏହା ସାହାଯ୍ୟ କରିବ ।

ରିଲାଏନ୍ସ ଜିଓର ୧୪୯ ଟଙ୍କା ପ୍ଲାନ୍ :-
ରିଲାଏନ୍ସ ଜିଓର ୧୪୯ ଟଙ୍କା ପ୍ଲାନ୍ ୨୦ ଦିନର ବୈଧତା ସହିତ ଆସିଥାଏ । ଏହି ପ୍ଲାନରେ ଗ୍ରାହକମାନେ ଅସୀମିତ ଭଏସ୍ କଲିଂ, ଦୈନିକ ୧୦୦ ଏସଏମଏସ ଏବଂ ଦୈନିକ ୧ଜିବି ଡାଟା ସହିତ JioCinema, JioCloud ଓ JioTV ପାଇଥାନ୍ତି । ତେବେ ଏହି ଯୋଜନା ଜିଓର ୫ଜି ୱେଲକମ୍ ଅଫର ପାଇଁ ଯୋଗ୍ୟ ନୁହେଁ ଯେଉଁଥିରେ ଉପଭୋକ୍ତାମାନେ ପ୍ରକୃତରେ ଅସୀମିତ ୫ଜି ଡାଟା ପାଇପାରିବେ ।

Get real time updates directly on you device, subscribe now.