fbpx

ଭାରତରେ ‘7-ଇଲେଭେନ ଷ୍ଟୋର’ ଲଞ୍ଚ କରିବ ରିଲାଏନ୍ସ

Advertisement

ନୂଆଦିଲ୍ଲୀ: ଗୁରୁବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଘୋଷଣା କରିଛି ଯେ ଏହାର ସହାୟକ କମ୍ପାନୀ ରିଲାଏନ୍ସ ରିଟେଲ ଭେନ୍ଚର୍ସ ଲିମିଟେଡ ଭାରତରେ ‘7-ଇଲେଭେନ ଷ୍ଟୋର’ ଲଞ୍ଚ କରିବାକୁ ଯାଉଛି । ରିଲାଏନ୍ସ ରିଟେଲ ଭେନ୍ଚର୍ସ ଲିମିଟେଡ ଭାରତରେ ନିଜର ଷ୍ଟୋର ଲଞ୍ଚ କରିବା ପାଇଁ ‘7-ଇଲେଭେନ ଆଇଏନସି’ ସହ ଏକ ମାଷ୍ଟର ଫ୍ରାଞ୍ଚାଇଜି ଆଗ୍ରିମେଣ୍ଟ ପ୍ରସ୍ତୁତ କରିଛି ।

ପ୍ରଥମ ‘7-ଇଲେଭେନ’ ଷ୍ଟୋର ଅକ୍ଟୋବର ୯ରେ ମୁମ୍ବାଇ ଅନେ୍ଧରୀ ଇଷ୍ଟରେ ଖୋଲାଯିବ । ଏହାପରେ ଦ୍ୱିତୀୟ ଷ୍ଟୋର ଗ୍ରେଟର ମୁମ୍ବାଇରେ ଖୋଲାଯିବା ନେଇ ଆରଆଇଏଲ ପକ୍ଷରୁ ସୂଚନା ଦିଆଯାଇଛି । ରିଲାଏନ୍ସ ଅନୁଯାୟୀ, ‘7-ଇଲେଭେନ ଷ୍ଟୋର୍ସ’ର ଉଦ୍ଦେଶ୍ୟ ଗ୍ରାହକଙ୍କୁ ସହଜରେ ଭଲ ସୁବିଧା ପ୍ରଦାନ କରିବା । ଏଥିରେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଆବଶ୍ୟକୀୟ ସାମଗ୍ରୀ ସହ ସ୍ନାକ୍ସ ଏବଂ ଅନ୍ୟାନ୍ୟ ଖାଦ୍ୟ-ପାନୀୟ ଦ୍ରବ୍ୟ ମିଳିବ ।

Get real time updates directly on you device, subscribe now.