ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରିଲିଫ୍ ବଣ୍ଟନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର କିଛି ଯୁବ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ରାଜଧାନୀ ଉପକଣ୍ଠରେ ବନ୍ୟାରେ ପ୍ରଭାବିତ ଲୋକମାନଙ୍କୁ ରିଲିଫ ପ୍ରଦାନ କରାଯାଇଛି। ବାଲିପାଟଣାର ଟିଙ୍କୀପଡ଼ା, ଦରଡ଼ା, ଦନାପଡ଼ା, ଡେଙ୍ଗ ଆଦି ଗାଁର ପ୍ରାୟ ୧୦ହଜାର ଲୋକ ବନ୍ୟାରେ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିବା ବାଲିପାଟଣା ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି ।

ଲୋକେ ଦୀର୍ଘ ୮ଦିନ କାଳ ବନ୍ୟା ପାଣି ଘେରରେ ରହି ହନ୍ତସନ୍ତ ହୋଇଥିଲେ । ଆଜି ବନ୍ୟା ପାଣି କମିବା ପରେ ବାଲିପାଟଣା ବ୍ଲକ ପମ୍ପାଲୋ ଗ୍ରାମପଞ୍ଚାୟତର ୬ଟି ଗାଁର ପ୍ରାୟ ୫୦୦ ଲୋକଙ୍କୁ ସ୍ୱେଚ୍ଛାସେବୀ ସଂସ୍ଥା ତରଫରୁ ରିଲିଫ ପ୍ରଦାନ କରାଯାଇଛି ।

ତେବେ ଚଳିତ ବନ୍ୟାର ପ୍ରକୋପ ଅତ୍ୟନ୍ତ ଭୟଙ୍କର ଥିବା ବେଳେ ପୀଡିତଙ୍କୁ ସାହାଯ୍ୟର ହାତ ବଢ଼ାଇ ଥିବାରୁ ସ୍ବେଛାସେବୀ ସଂଗଠନର ସଦସ୍ୟ ବୃନ୍ଦ ସୁଦୀପ୍ତ ପଟ୍ଟନାୟକ, ଦୀପଙ୍କର ମହାପାତ୍ର, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ସ୍ୱସ୍ତିଦ୍ ମହାନ୍ତି, ‘ଓଡ଼ିଶା ଭାସ୍କର’ର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ନ୍ୟୁଜ୍ ଏଡିଟର କୌସ୍ତୁଭ ଦାସଙ୍କୁ ପମ୍ପାଲୋ ସରପଞ୍ଚ ବାହନ ଭୋଇ ଧନ୍ୟବାଦ ଜଣାଇଛନ୍ତି।