ଡେଙ୍ଗୁ ଦାଉରୁ ମିଳିବ ମୁକ୍ତି; ଭୁବନେଶ୍ୱରରେ ମଶା ମାରିବ ଡ୍ରୋନ

ଭୁବନେଶ୍ୱର: ବର୍ତ୍ତମାନ ମୌସମୀ ପରିବର୍ତ୍ତନ ହେଉଥିବା ବେଳେ ଦେଶ ତଥା ରାଜ୍ୟରେ ମଶାମାନଙ୍କ ଆତଙ୍କ ବଢିବାର ଲାଗିଛି । ଫଳରେ ମ୍ୟାଲେରିଆ , ଡାଇଫଏଡ ଏବଂ ଡେଙ୍ଗୁ ଆଦି ଜ୍ୱର ଦ୍ରୁତ ଗତିରେ ବ୍ୟାପିବାର ଲାଗିଛି । ଯେଉଁ କାରଣରୁ ଅନେକ ଲୋକ ଏହି ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଖାସ କରି ରାଜଧନୀ ଭୁବନେଶ୍ୱରରେ ଡେଙ୍ଗୁ ଜ୍ୱରର ଆତଙ୍କ ବଢିବାର ଲାଗିଛି । ଫଳରେ ଭୁବନେଶ୍ୱର ମହାନଗର ନିଗମ ମଶା ମାରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରୁଛନ୍ତି । ତେବେ ଏହି ମଶା ମାରିବା କାମରେ ବର୍ତ୍ତମାନ ଡ୍ରୋନ ବ୍ୟବହାର କରାଯିବ । ଏନେଇ ଭୁବନେଶ୍ୱର ମହାନାଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛିନ୍ତି ।

ଶ୍ରୀ କୁଲାଙ୍ଗେ ଦେଇଥିବା ସୂଚନା ଅନୁଯାୟୀ, ରାଜଧାନୀରେ ଅତ୍ୟଧିକ ମଶା ହେଉଥିବା କାରଣରୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଲାଗିଛି । ତେଣୁ ଏହି ମଶାମାନଙ୍କୁ ଦମନ କରିବା ପାଇଁ ବର୍ତ୍ତମାନ ଡ୍ରୋନ ମାଧ୍ୟରେ କେମିକାଲ ସ୍ପ୍ରେ କରାଯିବ । ତେବେ ଗାଡି ଯାଇପାରୁନଥିବା ଅବ୍ୟହୃତ ଜଳାଶୟ ଏବଂ ଅନ୍ୟାନ ଦୁର୍ଗମ ସ୍ଥାନରେ ଡ୍ରୋନ ମାଧ୍ୟମରେ ଏହି କେମିକାଲ ସ୍ପ୍ରେ କରାଯିବ ବୋଲି ସେ କହିଛନ୍ତି । ଏତତ୍ ବ୍ୟତୀତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଡ୍ରୋନ ସହ ମଶା ଧୂଆଁ ଗାଡି ସଂଖ୍ୟା ଏବଂ ବୁଶ କଟିଂ ଟିମ୍ ମଧ୍ୟ ବଢାଯିବ । ଫଳରେ ରାଜଧାନୀ ଭୁବନେଶ୍ୱରେ ଡେଙ୍ଗୁର ଦମନ ହୋଇପାରିବ ବୋଲି ବିଶ୍ୱାସ କରାଯାଉଛି ।