ଭୁବନେଶ୍ୱର: ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ । ଦିନକୁ ଦିନ ଟ୍ୱିନ୍ ସିଟି ସମେତ ବିଭିନ୍ନ ଜିଲ୍ଲାର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏହା ଚିନ୍ତାର ବିଷୟ ପାଲଟିଛି । ଅପରପକ୍ଷରେ ଆଜିଠାରୁ ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏଥିପାଇଁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଢ଼େଙ୍କାନାଳ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ବରୁ ଆଉଟ୍ ଡୋର ଖେଳ ଉପରେ କଟକଣା ଲଗାଯାଇଥିଲା । ଅଂଶୁଘାତକୁ ରୋକିବା ପାଇଁ ଶ୍ରମିକଙ୍କ କାର୍ଯ୍ୟ ସମୟ ସଙ୍କୁଚିତ କରାଯାଇଥିଲା । ଏହା ସହ ଦିନ ୧୧ରୁ ଅପରାହ୍ନ ୩ଟା ଯାଏଁ ଘରୁ ନ ବାହାରିବା ପାଇଁ SRCଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା । ତେବେ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଖରାରୁ ଆସ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୌଶଖୀ ବର୍ଷା ସମ୍ଭାବନା ରହିଥିବା ମଧ୍ୟ କୁହାଯାଇଛି ।