ଦୂର କରନ୍ତୁ କୁମାର ପୂର୍ଣ୍ଣମା ଦ୍ୱନ୍ଦ୍ୱ; କେଉଁ ଦିନ ପାଳିବେ, କେତେବେଳେ ଚାନ୍ଦ ବନ୍ଦେଇବେ ଓ ଅର୍ଘ୍ୟ ଦେବେ?

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପବିତ୍ର କୁମାର ପୂର୍ଣ୍ଣିମା, ଯାହାକି ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନ ମା’ ଲକ୍ଷ୍ମୀ ଦେବୀଙ୍କର ବି ଆରାଧନା କରାଯାଇଥାଏ ।

ଏହି ଦିନ କୁମାରୀମାନେ ତୁଳସୀ ଚଉରା ମୂଳେ ଚନ୍ଦ୍ର ପୂଜା ଓ ନିଜର ଇଷ୍ଟଦେବଙ୍କ ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ତେବେ ଏହିରି ଭିତରେ କେଉଁଦିନ ପାଳନ ହେବ ଏବର୍ଷର କୁମାର ପୂର୍ଣ୍ଣିମା ଉତ୍ସବ ତାକୁ ନେଇ ରହିଛି ସମସ୍ତଙ୍କ ଭିତରେ ରହିଛି ଦ୍ୱନ୍ଦ୍ୱ ।

ଓଡ଼ିଶାରେ ସବୁଠୁ ଅଧିକ ସ୍ଥାନ ଏବଂ ଶ୍ରୀମନ୍ଦିରରେ ପ୍ରଚଳିତ ହେଉଥିବା ପଞ୍ଜିକାର ତଥ୍ୟ ଅନୁସାରେ ବୁଧବାର ସକାଳ ୮ ସମୟରେ ଆରମ୍ଭ ହେଉଛି ପୂର୍ଣ୍ଣିମା ତିଥି, ଯାହା ଗୁରୁବାର ଅପରାହ୍ଣ ୫ ଟା ୪୫ ମିନିଟ ଯାଏଁ ରହୁଛି । ଏହା ପରେ ପ୍ରତିପଦା ଆରମ୍ଭ ହୋଇଯାଉଛି, ସେଥିପାଇଁ ୧୭ ତାରିଖରେ ଚନ୍ଦ୍ର ପୂଜା ଓ ଅର୍ଘ୍ୟ ଦେବା ଠିକ୍ ହେବ ନାହିଁ ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ଆସନ୍ତାକାଲି କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ପାଳନ କରାଯିବା ଉଚିତ। ପୁରାଣ କିମ୍ବଦନ୍ତୀ ଅନୁସାରେ ସେହି ଦିନ କେବଳ ଗୋଟିଏ ଦିନ ଚନ୍ଦ୍ରମା ଷୋଳ କଳାରେ ପରିପୂର୍ଣ୍ଣ ଥାନ୍ତି । ବିଶ୍ୱାସ ରହିଛି ଏହି ଦିନ ରାତ୍ରିରେ ଚନ୍ଦ୍ରମାଙ୍କ ଠାରୁ ଅମୃତ ବର୍ଷା ହୋଇଥାଏ । ଏହାକୁ ଓଡିଶାରେ ଜହ୍ନି ଓଷା ଭାବେ ମଧ୍ୟ ପାଳନ କରାଯାଇଥାଏ ।

Get real time updates directly on you device, subscribe now.