fbpx

ବଧୂ ବେଶରେ ମହାକାଶଚାରୀଙ୍କ ଫଟୋ ଭାଇରାଲ, ଯାହାକୁ ଦେଖି ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିବେ

ସୋସିଆଲ ମିଡିଆରେ ସମୟସମୟରେ ଏମିତି କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ଏହି କ୍ରମରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହାକାଶଚାରୀଙ୍କୁ ବଧୂ ରୂପରେ ଦେଖିବାକୁ ମିଳୁଛି । ତେବେ ଏହା ବାସ୍ତବ ଫଟୋ କି ନାହିଁ ଅନେକ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି ।

One social media user called the artwork ‘TV bahu in NASA’.

ବାସ୍ତବରେ ଏହି ଫଟୋକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ତିଆରି କରାଯାଇଛି । ଏହା ଏକ କାଳ୍ପନିକ ଫଟୋ ଚିତ୍ର । ଏହାକୁ ଏତେ ସୁନ୍ଦର ଭାବେ ତିଆରି କରାଯାଇଛି ଯେ, ଏହା ଜୀବନ୍ତ ଭଳି ଲାଗୁଛି । ଫଟୋକୁ ତିଆରି କରିଥିବା କଳାକାରଙ୍କ ନାମ ଜୟେଶ ସଚଦେବ । ଡିଜାଇନ ଏଜେନ୍ସି କ୍ୱର୍କ ବାକ୍ସ ନିଜର ଅଧିକାରୀ ପେଜରୁ ଏହି ଫଟୋକୁ ସେୟାର କରିଛନ୍ତି । ଏଥିରେ ୪ଟି ଫଟୋ ସେୟାର କରାଯାଇଛି ।

Artist behind #viral astronaut brides: I'll make the world my gallery | Trending - Hindustan Times

ପ୍ରଥମ ଫଟୋରେ ବଧୂ ମହାକାଶଚାରୀର ହେଲମେଟକୁ ନିଜ ହାତରେ ଧରିଛନ୍ତି । ଦ୍ୱିତୀୟ ଫଟୋରେ ବଧୂ ହେଲମେଟ ପିନ୍ଧିବା ସହିତ ହାତରେ ଫୁଲତୋଡା ଧରିଥିବା ଦେଖିବାକୁ ମିଳୁଛି । ତୃତୀୟ ଫଟୋରେ ହେଲମେଟ ପିନ୍ଧିଥିବା ନଜରକୁ ଆସିଛନ୍ତି । କିନ୍ତୁ ଏଥର ବଧୂ ଡିଜାଇନ ହେଲମେଟ ପିନ୍ଧିଥିବା ନଜରକୁ ଆସୁଛି । ଚତୁର୍ଥ ଫଟୋରେ ବଧୂ ହେଲମେଟ ସହିତ କାନର ଦୁଇପାର୍ଶ୍ୱରେ ଫୁଲ ଲଗାଇଛନ୍ତି । ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା କରାଯାଉଛି ।

Get real time updates directly on you device, subscribe now.