fbpx

ଭାରତରେ ଟ୍ୟାକ୍ସ ଭରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ କୋଟିରୁ କମ୍

ନୂଆଦିଲ୍ଲୀ: ଭାରତରେ ଟ୍ୟାକ୍ସ ଭରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ କୋଟିରୁ କମ୍ ଥିବା ଜଣାଯାଇଛି। ୨୦୨୦-୨୧ରେ ଶେଷଥର ସାର୍ବଜନୀନ ହୋଇଥିବା ପରିସଂଖ୍ୟାନ ମୁତାବକ ଭାରତରେ ୧୩୨ କୋଟି ଜନବସତି ମଧ୍ୟରୁ
୮.୨୨ କୋଟି ଟିକସଦାତା ଥିଲେ। ଏମାନଙ୍କ ମଧ୍ୟରୁ ୭.୫ କୋଟି ଜିରୋ ଟ୍ୟାକ୍ସ ପରିଧି ମଧ୍ୟରେ ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ ଏକ ବୃହତ ଜନବସତିର ବହୁ ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ମୋଟା ଅଙ୍କର ରୋଜଗାର କରୁଥିଲେ ବି କୌଣସି ଟିକସ ଦେଇନାହାନ୍ତି। ଏହା ଉପରେ କେବଳ ସରକାର ନୁହନ୍ତି ବରଂ ଅର୍ଥନୀତିଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି।

ଏପରିସ୍ଥଳେ ପାଖାପାଖି ୧.୫ କୋଟି ଟିକସଦାତାଙ୍କ ପାଖରୁ କେନ୍ଦ୍ର ସରକାର ଆୟକର ଟ୍ୟାକ୍ସ ସଂଗ୍ରହ କରିଛନ୍ତି। ଭାରତରେ ଇନ୍‌କମ୍ ଟ୍ୟାକ୍ସ ସଂଗ୍ରହର ୪୮ ପ୍ରତିଶତ ଅଂଶୀଦାର ଉତ୍ତରପ୍ରଦେଶ-ବିହାର ଓ ମଧ୍ୟପ୍ରଦେଶ ସମେତ ୫ ରାଜ୍ୟରୁ ହୋଇଥାଏ। କିନ୍ତୁ ଯଦି ଆମେ ଆମେରିକା କଥା ଚିନ୍ତା କରିବା ତେବେ ସେଠିକାର ଜନବସତିର ୬୦ ପ୍ରତିଶତ ଇନ୍‌କମ୍ ଟ୍ୟାକ୍ସ ଭରଣା କରିଥାନ୍ତି । ଅର୍ଥମନ୍ତ୍ରୀ ରାଜ୍ୟସଭାରେ ଦେଇଥିବା ବିବୃତ୍ତି ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ୧୦ଲକ୍ଷରୁ ୧ କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୭ଲକ୍ଷ। ସେହିପରି ୱେଲଥ୍ ଇଣ୍ଡିଆ-୨୦୨୧ର ରିପୋର୍ଟ ଅନୁଯାୟୀ ଦେଶରେ ଗୋଟିଏ ବର୍ଷ ମଧ୍ୟରେ ୭ କୋଟିରୁ ଅଧିକ ସଂପତ୍ତିଧାରୀଙ୍କ ସଂଖ୍ୟା ୧୧ ପ୍ରତିଶ ବୃଦ୍ଧି ପାଇ ୪.୫୮ ଲକ୍ଷ କୋଟିରେ ପହଞ୍ଚିଛି।

Get real time updates directly on you device, subscribe now.