(Breaking) ହଟିଲା କଟକଣା, ଲୋକସେବା ଭବନ ଭିତରକୁ ମିଳିବ ପ୍ରବେଶ, କରିବେ ରିପୋର୍ଟିଂ

ଭୟ ସ୍ୱୀକୃତିପ୍ରାପ୍ତ ଓ ଅଣସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳିବା ନେଇ ସୂଚନା ରହିଛି

ଭୁବନେଶ୍ୱର– ସାମ୍ବାଦିକଙ୍କ ପାଇଁ ଖୁସି ଖବର । ସାମ୍ବାଦିକଙ୍କ ଉପରେ ଲାଗିଥିବା କଟକଣା ହଟାଇଲେ ସରକାର । ଏଣିକି ଲୋକସେବା ଭାବନରେ ମଧ୍ୟ ରିପୋର୍ଟିଂ କରିବେ ସାମ୍ବାଦିକ । ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହି ବିଜ୍ଞପ୍ତିଟି ଗତ ୨୬ ତାରିଖରେ ଇସୁ ହୋଇଥିବା ଦେଖିବାକୁ ମିଳିଛି ।

ବିଜ୍ଞପ୍ତିରେ ସ୍ପଷ୍ଟଭାବେ ଉଲ୍ଲେଖ ରହିଛି କି, ଏଣିକି ସାମ୍ବାଦିକ ଲୋକସଭା ଭିତରକୁ ଯାଇ ପାରିବେ ଓ ଭିତରେ ରିପୋର୍ଟିଂ କରି ପାରିବେ । ଏଥିରେ ଉଭୟ ସ୍ୱୀକୃତିପ୍ରାପ୍ତ ଓ ଅଣସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳିବା ନେଇ ସୂଚନା ରହିଛି ।

କେଉଁମାନେ ଯାଇପାରିବେ- ତେବେ ଗୋଟିଏ ସଂଗଠନର ଜଣେ କ୍ୟାମେରା ମ୍ୟାନ ଓ ଜଣେ ରିପୋର୍ଟରଙ୍କୁ ଲୋକସେବା ଭବନକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ । ତେଣୁ ପାସ ପାଇଁ ସାମ୍ବାଦିକ ଆବେଦନ କରିପାରିବେ ।

କୋଭିଡ ଆଳରେ ଗତ ସରକାର ସାମ୍ବାଦିକଙ୍କ ଲୋକସେବା ଭବନକୁ ପ୍ରବେଶ ଉପରେ ଲଗାଇଥିଲେ କଟକଣା । ସୁରକ୍ଷା ଆଳରେ ୨୦୨୦ରୁ କଟକଣା ଲାଗୁ ହୋଇଥିଲା । କିନ୍ତୁ କରୋନା ପରେ ମଧ୍ୟ ଏହି କଟକଣା ବଳବତ୍ତର ରହିଥିଲା ।

କଟକଣା ହଟାଇବାକୁ ଥିଲା ଦାବି- ଏହାକୁ ନେଇ ଅନେକ ସମୟରେ ସାମ୍ବାଦିକଙ୍କ ତରଫରୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ଦେବାକୁ ଦାବି ହେଉଥିଲା । କିନ୍ତୁ ନବୀନ ସରକାର ସାମ୍ବାଦିକଙ୍କ କଥାକୁ ସାମାନ୍ୟତମ ଗୁରୁତ୍ୱ ଦେଉନଥିଲେ ।

ନୂଆ ସରକାର ଆସିବାର ପ୍ରାୟ ୭ ମାସ ହେବାକୁ ଯାଉଛି । ନୂଆ ବର୍ଷରେ ସାମ୍ବାଦିକଙ୍କୁ ପୁଣି ପ୍ରବେଶ କରିବା ସହ ସମ୍ବାଦ ସଂଗ୍ରହ କରିବାକୁ ଅନୁମତି ଦିଆଯାଇଛି ।